ସ୍କୁଲ ଗୁଡିକରେ କୋଭିଡ ସଂକ୍ରମଣ ରୋକିବା ପାଇଁ ଆଲର୍ଟ ଜାରି ହୋଇଛି । ନୋଡାଲ ଅଫିସର ନେଉଛନ୍ତି ରିପୋର୍ଟ । ନିୟମିତ ଭାବେ ବୈଠକ ହେଉଛି ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।କୋଭିଡ ନେଇ ମୁଖ୍ୟମନ୍ତ୍ରୀଙ୍କ ଯାହା ନିର୍ଦ୍ଦେଶ ଅଛି ତାକୁ କଡାକଡା ଭାବରେ ପାଳନ କରାଯାଉଛି ବୋଲ ସରକାରୀ ବିଦ୍ୟାଳୟରେ କୋଭିଡ ସଂକ୍ରମଣ ନିୟନ୍ତ୍ରଣରେ ରହିଛି। ସ୍ୱାସ୍ଥ୍ୟ ବିଭାଗ ନିୟମାବଳୀ ଅନୁସାରେ କାର୍ୟ୍ୟକ୍ରମ ହେଉଛି।
ବର୍ତ୍ତମାନ ପ୍ରଥମରୁ ପଞ୍ଚମ ଖୋଲିବା ନେଇ କୌଣସି ନିଷ୍ପତ୍ତି ହୋଇନଥିବା ସେ କହିଛନ୍ତି। ସେହିପରି ଜାନୁୟାରୀ ୫ତାରିଖରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଆସେସମେଣ୍ଟ ପରୀକ୍ଷା ହେବ। ଯଦି ମାର୍ଚ୍ଚରେ ପରୀକ୍ଷା ହୋଇନପାରେ ଏହି ଆସେସମେଣ୍ଟ ମାର୍କ ଆଧାରରେ ମାର୍କିଂ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ସମୀର ଦାଶ। କୋଭିଡ ନିୟମ ମାନି ଓ ଯେଉଁ ପର୍ୟ୍ୟନ୍ତ ପାଠ ପଢ଼ାଯାଇଛି ସେତିକି ପାଠ୍ୟକ୍ରମରେ ପରୀକ୍ଷା ହେବ।