Odia News Portal

କାଲି ପ୍ରକାଶ ପାଇବ ଓଜେଇଇ ରେଜଲ୍ଟ

ବୁଧବାର ପ୍ରକାଶ ପାଇବ ଓଜେଇଇ ୨୦୨୨ ରେଜଲ୍ଟ । ଆସନ୍ତାକାଲି ୧୧:୩୦ ରେ ପ୍ରକାଶ ପାଇବ ଫଳାଫଳ । ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ଆସନ୍ତାକାଲି ଫଳାଫଳ ଘୋଷଣା କରିବେ । ଫଳାଫଳ ଘୋଷଣା ପରେ ପରୀକ୍ଷାର୍ଥୀ ଓଜେଇଇ ର ଅଫିସିଆଲ ୱେବସାଇଟରେ ନିଜର ରେଜଲ୍ଟ ଦେଖିପାରିବେ । ସୂଚନାଯୋଗ୍ୟ, ଜୁଲାଇ ୪ ତାରଖରୁ ୮ ତାରିଖ ପର‌୍ୟ୍ୟନ୍ତ ଓଜେଇଇ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଲାଟେରାଲ ଏଣ୍ଟ୍ରିରୁ ବିଟେକ୍ ପାଇଁ ୨୦ହଜାର ୧୬୮ ଜଣ ଛାତ୍ର ଆବେଦନ କରିଥିବାବେଳେ ବି ଫାର୍ମା ପାଇଁ ୧୨ହଜାର ୨୨୯ ଜଣ ପରୀକ୍ଷାର୍ଥୀ ଆବେଦନ କରିଥିଲେ । ସେହିପରି ଏମବିଏ ପାଇଁ ୧୦ ହଜାର ବିଦ୍ୟାର୍ଥୀ ଆବେଦନ କରିଥିଲେ ।