ଜଗତସିଂହପୁର : ପୂର୍ବ ଶତ୍ରୁତାକୁ ନେଇ ଗୁଳିମାଡ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଗତସିଂହପୁର ଜିଲ୍ଲା ସଦର ଥାନା ପଳାଷୋଳ ଗାଁରେ ଗୁଳିମାଡ ହୋଇଛି । ଆଜି ସକାଳେ ଜଣେ ୭୦ ବର୍ଷୀୟ ବୃଦ୍ଧଙ୍କ ଗୁଳିରେ ଗୁରୁତର ହୋଇପଡ଼ିଛନ୍ତି ୬୦ ବର୍ଷର ବୃଦ୍ଧ । ଅଶୋକ କୁମାର ବିଶ୍ୱାଳ ନାମକ ବୃଦ୍ଧଙ୍କ ମୁଣ୍ଡରେ ଗୁଳି ବାଜିଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ରହିଛି। ଜଗତସିଂହପୁରରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।
ତେବେ ଗୁଳିମାଡ କରିଥିବା ଅଭିଯୁକ୍ତକୁ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ପଳାଷୋଳ ଗାଁର ସତ୍ୟ ମହାନ୍ତି ବୋଲି ସୂଚନା ମିଳିଛି । ଅଭିଯୁକ୍ତ ନିକଟରୁ ବନ୍ଧୁକ ଜବତ କରିଛି ପୋଲିସ । ଗୁଳିକାଣ୍ଡର ପ୍ରକୃତ କାରଣ ଜଣା ପଡିନଥିଲେ ମଧ୍ୟ ଉଭୟଙ୍କ ଭିତରେ କିଛି କଥାକୁ ନେଇ ବିବାଦ ଯୋଗୁଁ ଏପରି ଘଟିଥିବା ଆଲୋଚନା ହେଉଛି । ଗୁଳିଟି ଅଶୋକଙ୍କ ମୁଣ୍ଡରେ ରହିଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।