କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ରେ ବିଜୁଳି ସହ ଲଗାଣ ବର୍ଷ। ବିଜୁଳି ପଡି ଜଣେ ବ୍ୟକ୍ତି ଙ୍କ ମୃତ୍ୟୁ ଘଟିଛି ।ମୃତ ବ୍ୟକ୍ତି ଜଣକ ନାରୀଗାଁ ପଞ୍ଚାୟତ ଚରାମୂଳା ଗ୍ରାମର ୫୫ ବର୍ଷୀୟ ଭଗୁ ଗୌଡ଼। ନିଜ ଜମି ରେ କାର୍ଯ୍ୟ କରି ଘରକୁ ଫେରିବା ସମୟ ରେ ତାଙ୍କ ଉପରେ ବିଜୁଳି ପଡିଥିଲା। ଆହତ ଭାଗୁ ଙ୍କୁ ପ୍ରଥମେ କୁମୁଲି ମେଡିକାଲ ରେ ଭର୍ତି କରାଯାଇଥିଲା ପରେ ତାଙ୍କୁ ଏକ ଆମ୍ବୁଲାନ୍ସ ଯୋଗେ ବୋରିଗୁମ୍ମା ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅନ୍ୟପଟେ ବିଜୁଳି ଆଘାତ ରେ ଅନ୍ୟ ଚାରିଜଣ ମଧ୍ୟ ଆହତ ହୋଇଥିବା ଜଣା ପଢ଼ିଛି। ମୃତ ଶବ ଟି ବୋରିଗୁମ୍ମା ମେଡିକାଲ ରେ ରଖାଯାଇଛି।
