Odia News Portal

ଏ ପିଏ ଜଣଙ୍କ କିଏ ?

ଭୁବନେଶ୍ୱର() କ୍ୟାମେରା ଧରି ଏଠି ସେଠି ଫଟୋ ଉଠାଉଥିବା ଏବଂ ମନ୍ତ୍ରୀଙ୍କ ସହିତ ନେସିଘଷି ହେଉଥିବା କ୍ୟାମେରା ମ୍ୟାନ ଜଣଙ୍କ ଏବେ ଜଣେ କୋଟିପତି । ଖାଲି କୋଟି ପତି ନୁହଁନ୍ତି,ଏହା ମଧ୍ୟରେ ଜଣେ ମନ୍ତ୍ରୀଙ୍କର ପିଏ ମଧ୍ୟ ବନିଯାଇଛନ୍ତି । ତାଙ୍କ ବିନା ଇସାରାରେ ଏହି ମନ୍ତ୍ରୀଙ୍କ ବିଭାଗରେ ପତ୍ର ବି ହଲୁନାହିଁ । ମନ୍ତ୍ରୀ ପଦର ଦୁରୁପ ଯୋଗ କରି ବିଭିନ୍ନ ବିଭାଗରୁ ହରିଲୁଟ କରିବାକୁ ଚାହିୁଁଥିବା ମନ୍ତ୍ରୀ ଜଣଙ୍କ ମୁଣ୍ଡରେ ୫-ଟି ର ଖଣ୍ଡା ଝୁଲିରହିଥିବା ବେଳେ ସେ ଚତୁରତାର ସହିତ ଏହି ପିଏଙ୍କୁ ନିଜ ଦପ୍ତରରେ ନିଯୁକ୍ତ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକ ପି୍ରୟତା ଓ କାର୍ଯ୍ୟଦକ୍ଷତା ପାଇଁ ସେ କେବଳ ଓଡିଶାରେ ଲୋକପି୍ରୟ ନୁହଁନ୍ତି , ସାରା ଦେଶରେ ମଧ୍ୟ ଜଣେ ଲୋକ ପି୍ରୟ ଦକ୍ଷ ରାଜନେତା ଭାବେ ପରିଚିତ । ଯେଉଁଥିପାଇଁ ସେ କ୍ରମାଗତ ପଂଚମଥର ପାଇଁ ଓଡିଶା ଶାସନ ଚଳାଇ ଆସୁଛନ୍ତି । ତାଙ୍କ ହାତ ଗଢା ବିଜେଡି ଓ ସରକାର ମଧ୍ୟ ଦେଶରେ ପ୍ରତିÂା ଲାଭ କରିଛି । କିନ୍ତୁ ଦୀପ ତଳ ଅନ୍ଧାର ଭଳି କିଛି ହାତ ଗଣତି ନେତା ଓ ସେମାନଙ୍କ ବେପାର ବଣିଜ ସମ୍ଭାଳୁଥିବା ଚେଲା ଚାମୁଣ୍ଡାଙ୍କ ପାଇଁ ବିଜେଡି ଅନେକ ସମୟରେ ନିନ୍ଦିତ ହେଉଛି । ଯୁଗାନ୍ତକାରୀ ୫-ଟି ଓ ‘ମୋ ସରକାର’ ଯୋଜନା ନେତା ମାନଙ୍କୁ ଓ ପ୍ରଶାସନିକ କଳକୁ ଭଦ୍ର,ନମ୍ର,ସ୍ୱଚ୍ଛ ଓ ସରଳ ହେବାର ଶିକ୍ଷା ଦେଉଥିବା ବେଳେ ଜଣେ ମନ୍ତ୍ରୀଙ୍କ ପିଏ ଗତ ୧୦ବର୍ଷରେ ୫୦କୋଟିରୁ ଉଦ୍ଧ୍ୱର୍ ଟଙ୍କାର ମାଲିକ ହେବା ବିଜେଡିରେ ଏବେ ଆଲୋଡନ ସୃଷ୍ଟି କରିଛି । ଏହି ମନ୍ତ୍ରୀଙ୍କ ପିଏ ଆଉ ଇନ୍ଦ୍ରଚନ୍ଦ୍ର ମାନୁ ନାହାଁନ୍ତି । ଠାକୁର ଖାଇ ଖଟୁଲି ଖାଇବା ଏହି ମନ୍ତ୍ରୀଙ୍କ ସହିତ ପିଏଙ୍କ ଯୋଡି ବେଶ ଜମିଛି । ମନ ନାମରେ ପରିଚିତ ଏହି ପିଏ ଜଣଙ୍କର ସମ୍ପତି କିଭଳି ୫୦ କୋଟିରେ ପଂହଚିଲାଣି ତାହା ଦଳ ଆଲୋଚନା ବିଷୟ ହେଉଛି ।

୧୦ବର୍ଷ ତଳେ କ୍ୟାମେରା ଧରି ଏଣେତେଣେ ବୁଲୁଥିବା ଏହି ବ୍ୟକ୍ତି ମନ୍ତ୍ରୀଙ୍କ ପିଏ ହେବା ପର ଠାରୁ ରାଜଧାନୀରେ ଜମି ଫ୍ଲଟିଙ୍ଗ କରି ବିକିବା , ନିଜ ଶାଳକ ସହ ମିଶି ଠିକାଦାରୀ କରିବା ସହିତ ମନ୍ତ୍ରୀଙ୍କ ଛତ୍ରଛାୟା ତଳେ ରହି କୋଟିକୋଟି ଟଙ୍କାର କାମ ହାତେଇ ନେଇଛନ୍ତି ।

ମନ୍ତ୍ରୀଙ୍କ ବିଭାଗରେ ପିଅନ ଠାରୁ ଆରମ୍ଭ କରି ନିଦେ୍ର୍ଧଶକ ପର୍ଯ୍ୟନ୍ତ ସବୁ ପଦପଦବୀର ବଦଳି କେସ ମଧ୍ୟ ମନୁ ବାବୁ ସମ୍ଭାଳୁଛନ୍ତି । ଯେଉଁଥିରେ ମନ୍ତ୍ରୀ ପୋଖରୀରୁ ସବୁ ମାଛ ଖାଇବେ କିନ୍ତୁ ତାଙ୍କ ଦେହରେ ପାଣି ଲାଗିବ ନାହିଁ । ଏଥିପାଇଁ ଏହି ପିଏ ବାବୁ ଏବେ ମନ୍ତ୍ରୀଙ୍କ ଢାଲ ସାଜିଛନ୍ତି ଆଉ ତାଙ୍କ ବିନା ଅନୁମତିରେ ଓ ବିନା ପାରିତୋଷିତ କୌଣସି କାର୍ଯ୍ୟ ହେବ ନାହିଁ ବୋଲି ସପୃକ୍ତ ବିଭାଗକୁ ଅଲିଖିତ ନିଦେ୍ର୍ଧଶ ଦିଆଯାଇଛି । ଏକଥା ଆମେ କହୁନାହୁଁ ,ଏହା ବିଜେଡିର କିଛି ନେତା ବିଭିନ୍ନ ଆଲୋଚନା କଲେଣି । ଦଳ ଭିତରୁ ଏବଂ ସରାକାରରୁ ଏଭଳି ମାରାତ୍ମକ ଜନ୍ତୁଙ୍କୁ ବିଦା କରିବା ଏକାନ୍ତ ଜରୁରୀ ବୋଲି ଏହି ନେତାମାନେ କହୁୂଛନ୍ତି ।