Odia News Portal

ପଦ୍ମପୁର ଉପନିର୍ବାଚନ : ଭୋଟ ଗ୍ରହଣ ପାଇଁ ପ୍ରସ୍ତୁତି ଶେଷ, ୧୨୦ ବୁଥରେ ହେବ ୱେବକାଷ୍ଟିଂ

ପଦ୍ମପୁର ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ପ୍ରସ୍ତୁତି ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ। ସେ କହିଛନ୍ତି ଯେ, ମତଦାନ ପାଇଁ ୧୫ଟି ମଡେଲ୍‌ ଏବଂ ୬ଟି ପିଙ୍କ୍‌ ବୁଥ୍‌ ବ୍ୟବସ୍ଥା ହୋଇଛି । ଭୋଟ ଗ୍ରହଣ ପାଇଁ

୧ ହଜାର ୨୭୬ ପୋଲିଂ ଅଫିସର ନିଯୁକ୍ତ ହୋଇଛନ୍ତି । ୩୦୬ ବୁଥ୍‌ର ନାମ ପରିବର୍ତ୍ତନ ହୋଇଛି । ୧୨୦ ବୁଥ୍‌ରେ ୱେବକାଷ୍ଟିଂ ବ୍ୟବସ୍ଥା କରାଯାଇଥିବା ବେଳେ ୬୬ଟି ବୁଥ୍‌ରେ ସିସିଟିଭି ଲାଗିବ । ଭୋଟ ପାଇଁ ମଦ ବିକ୍ରି ଉପରେ କଟକଣା ଲଗାଯାଇଛି। ଭୋଟ ଦିନ ପଦ୍ମପୁରରେ ଛୁଟି ଘୋଷଣା କରାଯାଇଛି ।