Odia News Portal

ରାଜଧାନୀ ରେ ପାଇକ ମେଳି

ରାଜଧାନୀରେ ପାଇକ ମେଳି। ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ଓ ବକ୍ସି ଜଗବନ୍ଧୁଙ୍କ ଶ୍ରାଦ୍ଧୋତ୍ସବରେ ପାଇକ ରେଜିମେଣ୍ଟ ଗଠନ ଦାବିରେ ମେଳି। ରାଷ୍ଟ୍ରପତି ଶିଳାନ୍ୟାସ କରିଥିବା ସ୍ଥାନକୁ ହସ୍ତାନ୍ତର କରିବା ପାଇଁ ଓଡ଼ିଶା ପାଇକ ଏକାଡ଼େମୀର ଦାବି।
ଏନେଇ ଭୁବନେଶ୍ଵର କଳ୍ପନା ଛକ ନିକଟସ୍ଥ ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତି ନିକଟରେ ଏକ ସଭାର ଆୟୋଜନ କରାଯାଇଛି। ଏହା ସହ ଘୋଡ଼ା ତଥା ପାଇକ ଆଖଡ଼ା ସହ ଶୋଭାଯାତ୍ରା, ଶପଥ ଉତ୍ସବ ଓ ସଂଗ୍ରାମ ଅଭିଯାନର ଶୁଭାରମ୍ଭ ହୋଇଯାଇଛି ।
ପଞ୍ଜାବ ରେଜିମେଣ୍ଟ, ଗୁର୍ଖା ରେଜିମେଣ୍ଟ, ଆସାମ ରେଜିମେଣ୍ଟ ଗଠନ ହୋଇଥିବାବେଳେ ପାଇକ ରେଜିମେଣ୍ଟ ଗଠନ ନହେବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ। ତେଣୁ ଆଜିଠାରୁ ସଂଗ୍ରାମ ଅଭିଯାନ ଆରମ୍ଭ ହୋଇଛି ଓ ମାର୍ଚ୍ଚ ୨୯ ରେ ଭୁବନେଶ୍ୱରରେ ଏକ ଲକ୍ଷ ପାଇକଙ୍କ ଜନଗର୍ଜନ ଶୋଭାଯାତ୍ରା ଓ ଜନତା ମଇଦାନରେ ଏକ ପ୍ରତିବାଦ ସଭାର ଆୟୋଜନ କରାଯିବ ।
ସମସ୍ତ ଦାବି ପୂରଣ ନହେବା ଓଡ଼ିଶାର କୋଣ ଅନୁକୋଣରେ ଆନ୍ଦୋଳନ ଜାରି ରହିବ ବୋଲି ବୋଲି କହିଛନ୍ତି ପାଇକ ଏକାଡ଼େମୀର ସଭାପତି ଡ. ଦିଲ୍ଲୀପ ଶ୍ରୀଚନ୍ଦନ।