Odia News Portal

କାଲି ଚାଷୀମାନଙ୍କ ଖାତାକୁ ଆସିବ ପି.ଏମ୍ କିଷାନ ଯୋଜନାର ଆଉ ଗୋଟିଏ କିସ୍ତି

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧୀ ଯୋଜନାର ଆଉ ଗୋଟିଏ କିସ୍ତି ଆସନ୍ତା କାଲି ଚାଷୀ ଭାଇ ମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଦିଆଯାଇବ । ଏହି ଯୋଜନା ଅଧିନରେ ଏହା ନବମ କିସ୍ତି ଭାବେ ଚାଷୀଭାଇ ମାନେ ପାଇବାକୁ ଯାଉଛନ୍ତି ।

ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା କାଲି (ଅଗଷ୍ଟ-୯) ତାରିଖ ମଧ୍ୟାହ୍ନ ୧୨.୩୦ ମିନିଟରେ ଏକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୯.୫ କୋଟି ଚାଷୀଙ୍କ ପରିବାରକୁ ୧୯.୫୦୦ କୋଟିରୁ ଅଧିକ ଟଙ୍କା ଟ୍ରାନ୍ସଫର କରିବେ । ଏନେଇ କେନ୍ଦ୍ର ସରକାରଙ୍କ ଟ୍ୱିଟର ହ୍ୟାଣ୍ଡଲରେ ଏହି ସୂଚନା ଦିଆଯାଇଛି ।