ୟୁକ୍ରେନ୍ ଯୁଦ୍ଧର ଅବସାନ ନିମନ୍ତେ ଯେକୌଣସି ପ୍ରଚେଷ୍ଟାକୁ ଆମେରିକା ପ୍ରଶଂସା କରିବ ବୋଲି ଶୁକ୍ରବାର ଦିନ ହ୍ବାଇଟ୍ ହାଉସ୍ର ମୁଖପାତ୍ର ଜନ୍ କିର୍ବି କହିଛନ୍ତି।
ୟୁକ୍ରେନ୍ ଓ ରୁଷ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ବନ୍ଦ କରାଇବା ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପକ୍ଷେ ଅସମ୍ଭବ କି, ବୋଲି ପଚରାଯିବାରୁ କିର୍ବି ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି।
ମୋର ମନେହୁଏ, ଯୁଦ୍ଧ ବନ୍ଦ କରିବା ପାଇଁ ଏବେ ମଧ୍ୟ ପୁଟିନ୍ଙ୍କ ହାତରେ ସମୟ ଅଛି। ଏବେ ବି ସମୟ ଅଛି ବୋଲି ମୋର ମନେହୁଏ । ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ପୁଟିନ୍ଙ୍କୁ ବୁଝାଇ ପାରିବେ; ପ୍ରଧାନମନ୍ତ୍ରୀ ମୋଦୀ କି ଉପାୟ କରିବାକୁ ଚାହାଁନ୍ତି, କୁହନ୍ତୁ। ୟୁକ୍ରେନ୍ରେ ଯୁଦ୍ଧର ଅବସାନ ନିମନ୍ତେ ଯେକୌଣସି ପ୍ରଚେଷ୍ଟା ପ୍ରତି ଆମେରିକାର ସମ୍ମତି ରହିଛି ବୋଲି ହ୍ବାଇଟ୍ ହାଉସ୍ ‘ନ୍ୟାସ୍ନାଲ୍ ସିକ୍ୟୁରିଟି କାଉନ୍ସିଲ୍’ର ମୁଖପାତ୍ର ଜନ୍ କିର୍ବି କହିଛନ୍ତି।
ମୋର ମନେହୁଏ ଆଜି ବି ଯୁଦ୍ଧ ବନ୍ଦ କରାଯାଇ ପାରିବ। ଯୁଦ୍ଧ ଆଜି ହିଁ ବନ୍ଦ ହେବା ଉଚିତ। ୟୁକ୍ରେନ୍ବାସୀ ଭୋଗୁଥିବା ଦୁର୍ଦ୍ଦଶା ନିମନ୍ତେ କେବଳ ଭ୍ଲାଦିମିର୍ ପୁଟିନ୍ ହିଁ ଦାୟୀ। ସେ ଏବେ ମଧ୍ୟ ଯୁଦ୍ଧ ବନ୍ଦ କରି ପାରିବେ। କିନ୍ତୁ, ତା’ ନ କରି ଶକ୍ତି ଓ ବିଜୁଳିଶକ୍ତି ଭିତ୍ତିଭୂମି ଉପରକୁ କ୍ରୁଜ୍ କ୍ଷେପଣାସ୍ତ୍ର ନିକ୍ଷେପ କରି ହନ୍ତସନ୍ତ ହେଉଥିବା ୟୁକ୍ରେନ୍ବାସୀଙ୍କୁ ଆହୁରି ହନ୍ତସନ୍ତ କରୁଛନ୍ତି ବୋଲି କିର୍ବି କହିଛନ୍ତି।
Sign in
Sign in
Recover your password.
A password will be e-mailed to you.
