Odia News Portal

କରୋନା ନିୟନ୍ତ୍ରଣ ପାଇଁ ପଞ୍ଚସୂତ୍ରୀ ଯୋଜନା

ନୂଆଦିଲ୍ଲୀ : ଦେଶରେ କରୋନାର ଦ୍ୱିତୀୟ ଲହରର ସଂକ୍ରମଣ ଏବେ ଦେଶକୁ କବଳିତ କରିବାରେ ଲାଗିଲାଣି । ପରିସ୍ଥିତି ଏବେ ଗମ୍ଭୀର ଆଡକୁ ଗତି କରୁଛି । ଦେଶବ୍ୟାପୀ ପୁଣି ଥରେ ଲକ୍ଡାଉନ୍ ଫେରିବ ବୋଲି ବିଚାରବିମର୍ଷ ଚାଲିଛି । ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରବିବାର ବରିଷ୍ଠ ଅଧିକାରୀଙ୍କ ସହିତ ଉଚ୍ଚସ୍ତରୀୟ ବୈଠକ ସମାପ୍ତ ହୋଇଛି । ବୈଠକରେ କରୋନା ଭାଇରସ୍ ବଢୁଥିବା ପ୍ରକୋପ ସମ୍ବନ୍ଧିତ ପ୍ରସଙ୍ଗ ଓ ଟିକାକରଣ ଅଭିଯାନର ସମୀକ୍ଷା କରିଛନ୍ତି । ପରିସ୍ଥିତି ଉପରେ ଅ ।ଲୋଚନା କରି ପ୍ରଧାନମନ୍ତ୍ରୀ ମୋଦୀ କରୋନାକୁ ନିୟନ୍ତ୍ରଣ କରିବା ପାଇଁ ଜନସାଧାରଣଙ୍କୁ ସଚେତନ କରାଇବା, ଜନ ଭାଗିଦାରୀ ବଢାଇବା ଏବଂ ଜନ ଅ ।ନେ୍ଦାଳନ ଜାରି ରଖିବାକୁ ଅଧିକାରୀଙ୍କୁ ନିଦେ୍ର୍ଦଶ ଦେଇଛନ୍ତି ।
କରୋନାକୁ କାବୁ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଅଧିକାରୀଙ୍କୁ ପଞ୍ଚସୂତ୍ରୀ ଯୋଜନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ଟେଷ୍ଟିଂ, ଟ୍ରେସିଂ, ଟ୍ରିଟମେଣ୍ଟ, କୋଭିଡ୍ ନିୟମ ପାଳନ ଓ ଟିକାକରଣ ଏହି ପାଞ୍ଚ ସୂତ୍ରକୁ ଯଦି ଗମ୍ଭୀରତା ଏବଂ ପ୍ରତିବଦ୍ଧତାର ସହ ଲାଗୁ କରାଯାଏ ତେବେ ମହାମାରୀର ବ୍ୟାପକତାକୁ ରୋକାଯାଇ ପାରିବ ।
କରୋନାରୁ ଦୂରେଇ ରହିବା ପାଇଁ ଏପ୍ରିଲ ୬ ରୁ ୧୪ ପର୍ଯ୍ୟନ୍ତ ସମଗ୍ର ଦେଶରେ ଏକ ବିଶେଷ ଅଭିଯାନ କରାଯିବୟ ଏଥିରେ ୧୦୦ ପ୍ରତିଶତ ମାସ୍କ ବ୍ୟବହାର, ବ୍ୟକ୍ତିଗତ ସ୍ୱଚ୍ଛତା ଓ ସାର୍ବଜନୀନ ସ୍ଥାନ/କାର୍ଯ୍ୟସ୍ଥଳରେ ସ୍ୱଚ୍ଛତା କେତେ ଅ ।ବଶ୍ୟକ ଏହା ବିଷୟରେ ଲୋକଙ୍କୁ ସଚେତନ କରାଯିବ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମୀକ୍ଷା ବୈଠକରେ କୋଭିଡ୍-୧୯ ମାମଲା ବୃଦ୍ଧିକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ଦଳକୁ ମହାରାଷ୍ଟ୍ର ଗସ୍ତ କରିବାକୁ କୁହାଯାଇଛି । ପ୍ରଧାନମନ୍ତ୍ରୀ କେନ୍ଦ୍ରୀୟ ଦଳକୁ ପଞ୍ଜାବ, ଛତିଶଗଡ ଗସ୍ତ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି ।
ଭାରତରେ ରବିବାର ୯୩,୨୪୯ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚଳିତ ବର୍ଷ ଦେଶରେ ଗୋଟିଏ ଦିନରେ ଏହା ସର୍ବାଧିକ କରୋନା କେସ୍ୟ ଏହାକୁ ମିଶାଇ ଅ ।କ୍ରାନ୍ତଙ୍କ ସଂଖ୍ୟା ଏକ କୋଟି ୨୪ ଲକ୍ଷ ୮୫ ହଜାର ୫୦୯ରେ ପହଞ୍ଚିଛି ।