ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା ହୀରାବେନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସ୍ବାସ୍ଥ୍ୟ ହଠାତ୍ ବିଗିଡ଼ି ଯିବାରୁ ମଙ୍ଗଳବାର ରାତିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମା’ଙ୍କୁ ଅହମ୍ମଦାବାଦସ୍ଥିତ ୟୁଏନ୍ ମେହେଟା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଚଳିତ ବର୍ଷ ଜୁନରେ ହିରାବେନ ମୋଦୀ ତାଙ୍କ ୧୦୦ତମ ଜନ୍ମଦିନ ପାଳନ କରିଥିଲେ। ସେହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମା’ଙ୍କ ପାଦ ଧୋଇ ଆଶୀର୍ବାଦ ନେଇଥିଲେ। ଏହା ପରେ ମୋଦୀ ମଧ୍ୟ ଏକ ଭାବପ୍ରବଣ ବ୍ଲଗ୍ ଲେଖିଥିଲେ। ନିକଟରେ ଗୁଜରାଟ ନିର୍ବାଚନ ସମୟରେ ମଧ୍ୟ ମୋଦୀ ତାଙ୍କ ମା’ ହୀରାବେନଙ୍କୁ ଭେଟିଥିଲେ ।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ମା’ଙ୍କ ସ୍ବାସ୍ଥ୍ୟ ସମସ୍ୟା କ’ଣ ତାହା ପ୍ରକାଶ କରାଯାଇ ନାହିଁ। କେବଳ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି ବୋଲି ହସ୍ପିଟାଲ ତରଫରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ।