ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରାଖଣ୍ଡ ଗସ୍ତରେ ଅଛନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀ କେଦାରନାଥ ଧାମରେ ପହଞ୍ଚି ପ୍ରାର୍ଥନା କରିଥିଲେ ଏବଂ ଭଗବାନ ଭୋଲେ ନାଥଙ୍କର ରୁଦ୍ରାଭିଷେକ ମଧ୍ୟ କରିଥିଲେ । ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିନ୍ଧିଥିବା ପାରମ୍ପରିକ ପୋଷାକକୁ ନେଇ ଚର୍ଚ୍ଚା ହେଉଛି । ନରେନ୍ଦ୍ର ମୋଦୀ ପିନ୍ଧିଥିବା ପୋଷାକ ହେଉଛି ହିମାଚଳର ଲୋକପ୍ରିୟ ‘ଚୋଲା ଡୋରା’ ପୋଷାକ । ଏହି ହସ୍ତତନ୍ତ ପୋଷାକକୁ ହିମାଚଳ ପ୍ରଦେଶର ଚାମ୍ବା ଜିଲ୍ଲାର ମହିଳାମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ପ୍ରସ୍ତୁତ କରିଥିଲେ ।ଶୁକ୍ରବାର ଦିନ ଉତ୍ତରାଖଣ୍ଡରେ ପହଞ୍ଚି ଗୌରୀକୁଣ୍ଡକୁ କେଦାରନାଥ ଏବଂ ଗୋବିନ୍ଦଘାଟକୁ ହେମକୁଣ୍ଡ ସାହିବକୁ ସଂଯୋଗ କରୁଥିବା ଦୁଇଟି ନୂତନ ରୋପୱେ ପ୍ରକଳ୍ପର ଶିଳାନ୍ୟାସ କରିବାକୁ ପହଞ୍ଚିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଡେରାଡୁନ୍ ର ଜଲି ଗ୍ରାଣ୍ଟ ବିମାନବନ୍ଦରରେ ପହଞ୍ଚିଥିଲେ, ଯେଉଁଠାରେ ତାଙ୍କୁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଏବଂ ରାଜ୍ୟପାଳ ଲେଫ୍ଟ ଜେନେରାଲ (ଅବସରପ୍ରାପ୍ତ) ଗୁରୁମିତ ସିଂହ ସ୍ୱାଗତ କରିଥିଲେ । ଏହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେଦାରନାଥ ଧାମରେ ପହଞ୍ଚିଥିଲେ ।