ଭଞ୍ଜନଗର ଜଙ୍ଗଲରେ ଫୁଟିଲା ଗୁଳି । ରାମପାଦ ଜଙ୍ଗଲରେ ପୋଲିସ-ଅପରାଧୀ ଏନକାଂଉଟର ହୋଇଚି । ଭଞ୍ଜନଗର-ବୁଗୁଡା ପୋଲିସ ଦ୍ୱାରା ଏନକାଂଉଟରରେ ନୟାଗଡର ଦୁର୍ଦ୍ଦାନ୍ତ ଅପରାଧୀ ବେଣୁ ବାରିକ ଅପରାଧୀ ଆହତ ହୋଇଛି । ତାର ବାମ ଗୋଡରେ ଗୁଳି ବାଜିଛି । ବେଣୁକୁ ବୁଗୁଡା ମେଡିକାଲରେ ଭର୍ତି କରାଯାଇଛି । କିଛି ଦିନ ତଳେ ଖୋର୍ଧା ଜେଲରୁ ଚମ୍ପଟ ମାରିଥିଲା ବେଣୁ ବାରିକ । ବେଣୁ ନାଁରେ ମାଣିତାରା ବ୍ୟାଙ୍କ ଡକାୟତି ସହ
୧୦ଟି ମାମଲା ରହିଛି ।
ମିଳିଥିବା ସୂଚନା ଅନୁଯାୟୀ, ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ଜାମପାଟଣା ଗ୍ରାମର ବେଣୁ ବାରିକ ନାମରେ ବିଭିନ୍ନ ଅପରାଧିକ ମାମଲା ନୟାଗଡ଼ ଓ ଗଞ୍ଜାମ ଥାନାରେ ରହିଛି। ଏପରିକି ବେଣୁ ମାଣିତରା ବ୍ୟାଙ୍କ ଓ ଖୋର୍ଦ୍ଧା ବ୍ୟାଙ୍କ ଡକାୟତି ମାମଲାରେ ସମ୍ପୃକ୍ତ ଥିବା ନେଇ ପୁଲିିସ ଠୋସ ପ୍ରମାଣ ପାଇଛି।
ତେବେ ଆଜି ବେଣୁ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା କରଚୁଲି ଗ୍ରାମ ନିକଟସ୍ଥ ରାମପାଦ ଜଙ୍ଗଲ ନିକଟରେ ସକାଳ ୭ଟା ବେଳେ ବେଣୁ ଯାଉଥିବା ସୂଚନା ପାଇ ବଗୁଡ଼ା ଥାନା ପୁଲିସ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା। ମାତ୍ର ବେଣୁ ପୁଲିସକୁ ଆକ୍ରମଣ କରି ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ ଗୁଳି ଚଳାଇବାରୁ ଗୋଟିଏ ଗୁଳି ତାର ବାମଗୋଡ଼ରେ ବାଜିଛି।
													
								 Sign in							
							
								
									
											
										
											
		
					
								
			
			
	
										
									
								
							
												
				
				
				 Sign in
				
					
						
						
										
				
			
			Recover your password.
A password will be e-mailed to you.
						
			