Odia News Portal

ସାହସିକତା, ଉଲ୍ଲେଖନୀୟ କାର୍ୟ୍ୟ ପାଇଁ ୨୯ଜଣଙ୍କୁ ମେଡାଲ

ଭୁବନେଶ୍ୱର() ଗଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ଶନିବାର ପୋଲିସ ମେଡାଲ ଘୋଷଣା କରାଯାଇଛି। ତିନୋଟି ବର୍ଗରେ ଓଡ଼ିଶାରୁ ମୋଟ ୨୯ଜଣ ପାଇବେ ମେଡାଲ। ସାହସିକତା ପାଇଁ ୧୬ ପୋଲିସ କର୍ମଚାରୀ, ବିଶିଷ୍ଟ ସେବା ପାଇଁ ୨ ଏବଂ ଉଲ୍ଲେଖନୀୟ ସେବା ପାଇଁ ୧୧ଜଣଙ୍କୁ ମେଡାଲ ପ୍ରଦାନ କରାଯିବ। ଏଡିଜି ଆର୍.ପି କୋଚେ, ଭିଜିଲାନ୍ସ ଏଏସ୍ଆଇ ମନୋରଞ୍ଜନ ସାମଲ ବିଶିଷ୍ଟ ସେବା ପଦକ ପାଇବେ। ଏଏସ୍ପି ବିଶ୍ୱନାଥ ମିଶ୍ର, କମାଣ୍ଡାଣ୍ଟ ବାଳକୃଷ୍ଣ ମିଶ୍ର, ଏଏସ୍ପି ବିକାଶ ରଞ୍ଜନ ବେହୁରା, ସୁଶାନ୍ତ ବିଶ୍ୱାଳଙ୍କୁ ଉଲ୍ଲେଖନୀୟ ସେବା ପଦକ ମିଳିବ। ସେହିଭଳି ଏସ୍ଆଇ ଗଗନ ନାୟକଙ୍କ ସହ ୧୬ଜଣଙ୍କୁ ପୋଲିସ ସାହସିକତା ପଦକ ପ୍ରଦାନ କରାଯିବ। ତେବେ ଚଳିତ ବର୍ଷ ଓଡ଼ିଶାରୁ କେହି ବି ରାଷ୍ଟ୍ରପତି ପୋଲିସ ମେଡାଲ ପାଇବେ ନାହିଁ ବୋଲି ସୂଚନା ମିଳିଛି।