ଝାଡଖଣ୍ଡରେ ରାଜନୈତିକ ସଙ୍କଟ କ୍ରମଶଃ ବିଗିଡିବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ନେତୃତ୍ବାଧୀନ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ଏବଂ କଂଗ୍ରେସ ମେଣ୍ଟ ସରକାର ଟଳମଳ ହେଉଥିବା ଚର୍ଚ୍ଚା ହେଉଛି । ରାଜନୈତିକ ସଙ୍କଟ ମଧ୍ୟରେ ଶନିବାର ମୁଖ୍ୟମନ୍ତ୍ରୀ ନିବାସରେ ମହାମେଣ୍ଟକୁ ନେଇ ଗୁରୁତ୍ବପୂର୍ଣ୍ଣ ଅନୁଷ୍ଠିତ ହୋଇଥିଲା । ବୈଠକ ପରେପରେ ୟୁପିଏ ମେଣ୍ଟର ବିଧାୟକମାନଙ୍କୁ ୩ଟି ବସରେ ଗୁପ୍ତ ସ୍ଥାନକୁ ନିଆଯାଇଥିବା ଜଣାପଡିଛି । ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମଧ୍ୟ ବସ ପଛେ ପଛେ ଯାଇଛନ୍ତି ।
ୟୁପିଏ ମେଣ୍ଟ ବିଧାୟକମାନଙ୍କୁ ଖୁଣ୍ଟି ସ୍ଥିତ ଲତରାତୁ ନିଆଯାଉଥିବା ସୂଚନା ମିଳିଥିବା ମିଳୁଛି । ସେଠାରୁ ବିଧାୟକମାନଙ୍କୁ ଛତିଶଗଡ କିମ୍ବା ପଶ୍ଚିମବଙ୍ଗ ସ୍ଥାନାନ୍ତର କରାଯାଇପାରେ । କାରଣ ସେଠାରେ ଅଣ-ବିଜେପି ସରକାର ରହିଛି । ଏହା ସହିତ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବାସଭବନର ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ବଢାଇ ଦିଆଯାଇଛି ।
ହେମନ୍ତ ସୋରେନ୍ଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ଚର୍ଚ୍ଚା ମଧ୍ୟରେ ଝାଡଖଣ୍ଡରେ କ୍ଷମତାସୀନ ମେଣ୍ଟ ସରକାରର ସଦସ୍ୟ ସିଏମ୍ ଆବାସରେ ଶନିବାର ତୃତୀୟ ଥର ପାଇଁ ବୈଠକ କରିଥିଲେ । ବୈଠକ ପରେ ବିଧାୟକଙ୍କମାନଙ୍କୁ ଅନ୍ୟତ୍ର ନିଆଯାଉଛି । ସିଏମ୍ ହେମନ୍ତ ସୋରେନଙ୍କ ବିଧାୟକ ପଦ ରଦ୍ଦ ହେବାକୁ ନିର୍ବାଚନ କମିସନ । ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ତାଙ୍କର ବିଧାୟକ ସଦସ୍ୟ ପଦ ରଦ୍ଦ କରିବାକୁ କହିଛନ୍ତି ସିଇସି । ତେବେ ରାଜ୍ୟପାଳଙ୍କ ସୁପାରିଶକୁ ଅପେକ୍ଷା କରାଯାଇଛି । ଅଯୋଗ୍ୟ ଆଦେଶକୁ ରାଜ୍ୟପାଳ ରମେଶ ବୈଷ ଦସ୍ତଖତ କରିବା ପରେ ଯାଇ ନିର୍ବାଚନ ଆୟୋଗଙ୍କୁ ତାହା ପଠାଯିବ । ଏହା ପରେ ଚୂଡାନ୍ତ ମୋହର ମାରିବେ ନିର୍ବାଚନ କମିସନ ।
ତେବେ ହେମନ୍ତ ସୋରେନଙ୍କ ବିଧାୟକ ପଦ ଉପରେ ଖଣ୍ଡା ଝୁଲୁଥିବା ବେଳେ ବିଧାୟକଙ୍କ ଘୋଡା ବେପାର ଆଶଙ୍କାରେ ମେଣ୍ଟ ସଦସ୍ୟଙ୍କୁ ଗୁପ୍ତ ସ୍ଥାନକୁ ନିଆଯାଉଛି । ଅନ୍ୟପଟେ ଶୁଣିବାକୁ ମିଳୁଛି ଯେ, ଯଦି ହେମନ୍ତ ସୋରେନଙ୍କ ବିଧାନସଭା ସଦସ୍ୟ ପଦ ରଦ୍ଦ ହୁଏ ତେବେ ତାଙ୍କ ପତ୍ନୀଙ୍କୁ ସେ ମୁଖ୍ୟମନ୍ତ୍ରୀ କରାଇପାରନ୍ତି ।