Odia News Portal

ଆହୁରି ସୁଦୃଢ଼ ହେବ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା:ପ୍ରମିଳା ମଲ୍ଲିକ

ବନ୍ୟା ଆଉ ବାତ୍ୟା ଆମ ରାଜ୍ୟକୁ ପ୍ରାୟ ପ୍ରତ୍ୟେକ ବର୍ଷ ଆସିଥାଏ । ସେପଟେ ବାତ୍ୟା ଆସିବା ଦ୍ବାରା ରାଜ୍ୟ ସରକାରଙ୍କୁ ଅନେକ କ୍ଷତି ସହିବାକୁ ପଡ଼ିଥାଏ । ଏହା ମଧ୍ୟରେ ରାଜସ୍ବ ଓ ବିପର୍ଯ୍ୟୟ ମନ୍ତ୍ରୀ ପ୍ରମିଳା ମଲ୍ଲିକ ବଡ଼ ଘଷନା କରିଛନ୍ତି । ତେବେ ବନ୍ୟା, ବାତ୍ୟା, ମରୁଡ଼ି ପରି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଆହୁରି ସୁଦୃଢ଼ ହେବ। ଯାହା ଆବଶ୍ୟକ, ଖୁବ ଶୀଘ୍ର କାମ ଆରମ୍ଭ ହେବ।

ଏସଆରସି ପ୍ରଦୀପ ଜେନାଙ୍କ ସହ ସୋମବାର ସମୀକ୍ଷା ବୈଠକ ପରେ ରାଜସ୍ବ ଓ ବିପର୍ଯ୍ୟୟ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଏହା କହିଛନ୍ତି । ସେ ଏସଆରସି ଅଫିସର ଏମର୍ଜେନ୍ସି ଅପରେଶନ ସେଣ୍ଟର ମଧ୍ୟ ପରିଦର୍ଶନ କରିଛନ୍ତି ବୋଲି ସୂଚନା ମିଳିଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି ।