Odia News Portal

ଧର୍ମେନ୍ଦ୍ରଙ୍କୁ ପ୍ରଣବଙ୍କ ତେରଛା ବାଣ

ବରିଷ୍ଠ ନେତାଙ୍କ ଜ୍ଞାନର ସଦ୍ ଉପଯୋଗ କରୁ ବିଜେପି |

ଭୁବନେଶ୍ୱର: ପ୍ରଜାତନ୍ତ୍ରର ବିଷୁବ ମିଳନ ଉତ୍ସବରେ ଭର୍ତ୍ତୃହରିଙ୍କୁ ନେଇ ଧର୍ମେନ୍ଦ୍ରଙ୍କ ମନ୍ତବ୍ୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । କଟକରେ ୭୨ ତମ ବିଷୁବ ମିଳନ ଉତ୍ସବକୁ ଉଦଘାଟନ କରି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ସାରା ଦେଶରେ ନଭେମ୍ବର ୨୬ ତାରିଖକୁ ଏବେ ସମ୍ବିଧାନ ପ୍ରତିଷ୍ଠା ଦିବସ ଭାବେ ପାଳନ କରୁଛି । ଏହାପଛରେ ଭର୍ତ୍ତୃହରିଙ୍କ ମୁଖ୍ୟ ଭୂମିକା ରହିଛି କିନ୍ତୁ ବିଜେଡି ଏବେ ତାଙ୍କୁ କାହିଁକି ଗୁରୁତ୍ୱ ଦେଉନାହିଁ, ତାହା ତାଙ୍କୁ ଆଶ୍ଚର୍ଯ୍ୟ କରିଛି ।ତେବେ ଧର୍ମେନ୍ଦ୍ରଙ୍କ ଏଭଳି ମନ୍ତବ୍ୟ ପରେ ତାଙ୍କୁ କାଉଣ୍ଟର ଜବାବ ଦେଇଛନ୍ତି ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ।

ପ୍ରଣବ ପ୍ରକାଶ ଦାସ ଆଜି ଟ୍ୱିଟରରେ ଧର୍ମେନ୍ଦ୍ରଙ୍କୁ ଲେଖିଛନ୍ତି ଯେ, ଭାଇ ଆପଣ କଲମ୍ବସ ପରି ଭର୍ତ୍ତୃହରି ବାବୁଙ୍କ ଅଭିଜ୍ଞତାର ଆବିଷ୍କାର କରିଛନ୍ତି । ମୋର ଅନୁରୋଧ ଆପଣ ଲାଲକୃଷ୍ଣ ଆଡଭାନୀ ଜୀ ଓ ମୁରଲୀ ମନୋହର ଯୋଶୀଙ୍କ ଅଭିଜ୍ଞତା ଓ ଦକ୍ଷତାର ମଧ୍ୟ ସେହିପରି ସଦୁପଯୋଗ କରନ୍ତୁ । ସେମାନେ ମଧ୍ୟ ଯଥେଷ୍ଟ ବୁଦ୍ଧିମାନ ଓ ବିଜେପି ପାଇଁ ସମର୍ପିତ । ନରେନ୍ଦ୍ର ମୋଦି କ୍ଷମତାକୁ ଆସିବା ପରେ ଲାଲକୃଷ୍ଣ ଆଡଭାନୀ ଓ ମୂରଲୀ ମନୋହର ଯୋଶୀଙ୍କ ଭଳି ନେତାଙ୍କୁ ବିଜେପି ଅଣଦେଖା କରି ଆସୁଛି ।