Odia News Portal

ଚର୍ଚ୍ଚାରେ ପାଟ୍ଟଶାଣୀ

ଭୁବନେଶ୍ୱର: ବିଜେଡିର ପୂର୍ବତନ ସାଂସଦ ପ୍ରଶନ୍ନ ପାଟ୍ଟଶାଣୀଙ୍କୁ ନେଇ ଏବେ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ଚାଲିଛି । ଶୁଣିବାକୁ ମିଳୁଛି କି, ପ୍ରଶନ୍ନ ବିଜେପିରେ ମିଶିବା ସହ ସେ ରାଜ୍ୟପାଳ ହେବେ । ତେବେ ଏହାକୁ ନେଇ ଆଜି ଗଣମାଧ୍ୟମକୁ ଏକ ପ୍ରତିକ୍ରିୟାରେ କହିଛନ୍ତି କି, ମୋଦି ମୋତେ କାହିଁକି ବା ଚାହିଁବେ? ଆଉ ଯଦି ମୋତେ ସେ କହିବେ ମୁଁ ଯଦି ନଯିବି ତେବେ ଏହା ମୋର ବୋକାମି ହେବ । ତେବେ ସେ ବିଜେପିରେ ମିଶିବାକୁ ଖଣ୍ଡନ କରିଛନ୍ତି । କିନ୍ତୁ ସେ ବିଜେପିରେ ଯୋଗ ଦେବା ସହ ରାଜ୍ୟପାଳ ହେବେ ବୋଲି ଏବେ ସବୁଠି ଚର୍ଚ୍ଚା । ବିଜେଡିର ଜଣେ ଆଗ ଧାଡ଼ିର ନେତାଭାବେ ପରିଚିତ ଥିଲେ ସୁଦ୍ଧା କିଛିଦିନ ହେବ ସେ କ୍ଷମତାରେ ରହିନାହାନ୍ତି । ୨୦୧୯ ସାଧାରଣ ନିର୍ବାଚନରେ ତାଙ୍କୁ ଏବଂ ତାଙ୍କ ଜ୍ୱାଇଁଙ୍କୁ ଟିକେଟ ମିଳିନଥିଲା । ଲଗାତାର ଭାବେ ବିଜୟୀ ହୋଇ ଆସୁଥିବା ପ୍ରଶନ୍ନଙ୍କୁ ବିଜେଡିରେ ଅଣଦେଖା କରାଯାଉଥିବା ମଧ୍ୟ କୁହାଯାଉଥିଲା । ଏଣୁ ସେ ବିଜେପିରେ ଯୋଗଦେବେ ବୋଲି କୁହାଯାଉଥିଲେ ସୁଦ୍ଧା ଏହାକୁ ସେ ଖଣ୍ଡନ କରିଛନ୍ତି । ତେବେ ଆଗାମୀ ଦିନରେ ତାଙ୍କର ରାଜନୈତିକ ମୋଡ଼ କେଉଁଆଡ଼େ ଯାଉଛି ତାହା ଦେଖିବାକୁ ବାକି ରହିଲା ।