ଆସନ୍ତା ୨୦୨୪ ନିର୍ବାଚନ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ନେତା ପୃଥୀରାଜ ହରିଚନ୍ଦନ । ଓଡିଶାରେ ଦଳର ସଂଗଠନକୁ ଆହୁରି ସୁଦୃଢ ଏବଂ ମଜବୁତ କରିବା ପାଇଁ କାମ ଆରମ୍ଭ ହୋଇଯାଇଛି ବୋଲି ସେ କହିଛନ୍ତି । ଆଗାମୀ ନିର୍ବାଚନ ପାଇଁ ବିଜୟ ସଂକଳ୍ପ ଅଭିଯାନର ବିଗୁଲ ମଧ୍ୟ ବାଜିସାରିଛି । ଆସନ୍ତା ଦିନରେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓଡିଶା ଆସିବେ । ଶାଣିତ ରାଜନୈତିକ ଆକ୍ରମଣ ପାଇଁ ମଧ୍ୟ ଦଳ ତରଫରୁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି ।