ଭୁବନେଶ୍ୱର : କନଫିଡେରେସନ ଅଫ୍ ଓଡିଶା ପବ୍ଳିକ ସ୍କୁଲ ପକ୍ଷରୁ ଘରୋଇ ସ୍କୁଲ ଖୋଲିବା ନେଇ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ରାଜ୍ୟ ସରକାରଙ୍କ ସ୍କୁଲ ଖୋଲିବା ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି । କିନ୍ତୁ ଅନ୍ୟ କ୍ଳାସ ନଖୋଲିବାକୁ ବିରୋଧ କରିଛନ୍ତି । ରାଜ୍ୟରେ ଅନ୍ୟାନ୍ୟ ଧାର୍ମିକ ଅନୁଷ୍ଠାନ ଖୋଲିଲାଣି। କେବଳ ଶିକ୍ଷା ମନ୍ଦିର ଖୋଲିବାର ଆବଶ୍ୟକତା ରହିଛି। ସଂପୂର୍ଣ୍ଣ ସ୍କୁଲ ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ରଖାଯାଇଛି । ସ୍କୁଲ ଆସିବା ପାଇଁ ଆବଶ୍ୟକ ଥିବା ସମସ୍ତ କରୋନା ନିୟମ ମାନିବାକୁ ପ୍ରସ୍ତୁତ ଅଛନ୍ତି ସ୍କୁଲ କର୍ତ୍ତୃପକ୍ଷ । ତେବେ ଦୁଇଟି କ୍ଳାସ ନୁହେଁ ନବମ, ଦଶମ, ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀ ଖୋଲିବା ପାଇଁ ଦାବି କରାଯାଇଛି।

ଫେବୃୟାରୀ ମାସରୁ ସ୍ୱାଭାବିକ ଭାବରେ ସ୍କୁଲ ଖୋଲିବ ସହ କେଜିରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବାକୁ ଘୋଷଣା କରିବାକୁ ସଂଘ ଦାବି କରିଛି । ୯୦ ପ୍ରତିଶତ ସିଲାବସ ପଢିସାରିଲେଣି ପିଲା । ୭୦ ମାର୍କ ପରୀକ୍ଷା ହେବ । ୩୦ ମାର୍କ ଗ୍ରେସ ମିଳିବ । କେଜିରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ କୌଣସି ଛାତ୍ରଛାତ୍ରୀ ଫେଲ ହେବେନାହିଁ ବୋଲି କୁହାଯାଇଛି । ଫେବୃଆରୀରେ ହିଁ ପରୀକ୍ଷା ହେବ । ଅଧିକ ପିଲା ଥିଲେ ଦୁଇଟି ସେକ୍ସନରେ କ୍ଳାସ କରିବା ପାଇଁ ପ୍ରସ୍ତୁତ ସ୍କୁଲ କର୍ତ୍ତୃପକ୍ଷ। କାରଣ ପିଲାମାନଙ୍କୁ ଫିଜିକାଲ କ୍ଳାସ କରିବାର ଆବଶ୍ୟକତା ରହିଛି। ଅନ୍ୟ ରାଜ୍ୟରେ ସ୍କୁଲ ଫି ରିହାତି ନେଇ କୌଣସି ରାଜ୍ୟର ହାଇକୋର୍ଟ ନିର୍ଦ୍ଦେଶ ଦେଇନାହାନ୍ତି। ମଧ୍ୟପ୍ରଦେଶ, ଛତିଶଗଡ଼, ପଞ୍ଜାବ, ହରିଆନା ହାଇକୋର୍ଟ ମନାକରିଛନ୍ତି । ସ୍କୁଲ ଫି ନଦେଲେ ଶିକ୍ଷକ ଏବଂ କର୍ମଚାରୀ ମାନଙ୍କୁ ଦରମା ଦେବା ଅସମ୍ଭବ ହେବ। ଅଭିଭାବକ ମାନେ ୧୦ ପ୍ରତିଶତ ରିହାତିରେ ଫି ଦାଖଲ କରିବାକୁ ନିବେଦନ କରାଯାଇଛି |