Odia News Portal

ମୁଖ୍ୟମନ୍ତ୍ରୀ ହେବାର ୪୮ ଘଣ୍ଟା ପରେ କରୋନା ପଜିଟିଭ୍

ପୁଡୁଚେରୀ: ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାର ୪୮ ଘଣ୍ଟା ପରେ କରୋନା ମହାମାରୀରେ ସଂକ୍ରମିତ ହୋଇଛନ୍ତି ପୁଡୁଚେରୀର ନୂଆ ମୁଖ୍ୟମନ୍ତ୍ରୀ ଏନ୍ ରଙ୍ଗାସ୍ୱାମୀ ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ହେଲେ ଚିନ୍ତାର ବିଷୟ ଏହିକି ଯେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବାରୁ ଡାକ୍ତରମାନେ ତାଙ୍କୁ ଚିକିତ୍ସା ପାଇଁ ପୁଡୁଚେରୀରୁ ଚେନ୍ନାଇକୁ ପଠାଇ ଦେଇଛନ୍ତି ।

ସୂଚନା ମୁତାବକ ସ୍ୱସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ରବିବାର ଦିନ ପୁଡୁଚେରୀ ଇନ୍ଦିରା ଗାନ୍ଧୀ ସରକାରୀ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର କୋଭିଡ ଟେଷ୍ଟ କରାଯାଇଥିଲା । ଯାହାର ରିପୋର୍ଟ ପଜିଟିଭ୍ ଆସିଥିଲା ।