Odia News Portal

ଆଜିଠୁ ଶ୍ରୀମନ୍ଦିରରେ ନୂତନ ପାଞ୍ଜି ପ୍ରଚଳନ

ପୁରୀ : ଶ୍ରୀମନ୍ଦିରରେ ମେଷ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି ଅବସରରେ ମହାପ୍ରଭୁଙ୍କ ନୀତି ସମ୍ପନ୍ନ ହୋଇଛି। ଦୈନନ୍ଦିନ ସକାଳ ଧୂପ ପଣା ସଂକ୍ରାନ୍ତି ନୀତି ସମ୍ପନ୍ନ କରାଯାଇଛି। ଓଡ଼ିଆ ନବବର୍ଷର ପ୍ରଥମ ଦିନ ଏବଂ ମେଷ ମାସର ସଂକ୍ରାନ୍ତି ତଥା ମହାବିଷୁବ ପଣାସଂକ୍ରାନ୍ତି।

 ଦୋଳ ପୂର୍ଣ୍ଣିମାରେ ଦୋଳଗୋବିନ୍ଦଙ୍କ ନିକଟରେ ସମର୍ପଣ ହୋଇଥିବା ପାଞ୍ଜି ପଣାସଂକ୍ରାନ୍ତିରୁ ପ୍ରଚଳନ ହୋଇଥାଏ। ଏହି ଦିନଠାରୁ ୧ ମାସ ପର୍ଯ୍ୟନ୍ତ ସୂର୍ଯ୍ୟଦେବ ମେଷ ରାଶିରେ ଅବସ୍ଥାନ କରିଥାନ୍ତି।