ଶ୍ରୀମନ୍ଦିର ମଧ୍ୟରେ ଜଣେ ମହିଳା ଭକ୍ତଙ୍କୁ ପୋଲିସ ମାଡ଼ ହୋଇଥିବା ନେଇ ଖବର ମିଳିଛି | ଶ୍ରୀମନ୍ଦିର ଜଗମୋହନ ନିକଟରେ ମୁତୟନ ଥିବା ସୁରକ୍ଷା କର୍ମୀ ମାଡ଼ରେ ମହିଳା ଭକ୍ତଙ୍କୁ ମାରିଥିବା ନେଇ ମହିଳା ଅଭିଯୋଗ ହୋଇଛି | ସୁରଷାକର୍ମୀ ଙ୍କ ମାଡ଼ରେ ମହିଳା ହବିଷ୍ୟାଲି ଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି | ମହିଳା ଙ୍କୁ ଗୁରୁତର ଅବସ୍ଥାରେ ସଦର ଚିକସ୍ୟାଲୟରେ ଭର୍ତ୍ତି କରାଯିବା ସହ ତାଙ୍କର ଚିକିତ୍ସ କରାଯାଇଛି ଆହତ ହୋଇଥିବା ମହିଳା ଜଣଙ୍କ ହେଉଛନ୍ତି ବ୍ରହ୍ମପୁର ମାଧୁରୀ ଦାସ | ସେ ପୁରୀ ବାସେଳି ସାହି ରେ ରହି କାର୍ତ୍ତିକ ବ୍ରତ କରୁଥିବା ସୂଚନା ମିଳିଛି । ଘଟଣାର ଅନୁଧ୍ୟାନ ପାଇଁ ଅତିରିକ୍ତ ଏସ୍ପି ଓ ପୋଲିସ କର୍ମଚାରୀ ଶ୍ରୀମନ୍ଦିର ମଧ୍ୟକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିବା ବେଳେ ଏସପି ମେଡିକାଲ ଯାଇ ଆହାତ ମହିଳାଙ୍କୁ ଭେଟିବା ସହ ତାଙ୍କୁ ଆକ୍ରମଣ କରିଥିବା ସଂପୃକ୍ତ ପୋଲିସଙ୍କୁ ନିଲମ୍ୱିତ କରିଚନ୍ତି। ସେହିପରି ଏପରି ଘଟଣା କାହିଁକି ଘଟିଲା ସେ ନେଇ ତଦନ୍ତ କରାଯିବ ବୋଲି ଏସପି ସୂଚନା ଦେଇଛନ୍ତି ।