Odia News Portal

ଇଟା ରଖିବା ନେଇ ଆକ୍ରମଣ

ବଳିଆପଣ୍ଡା ଥାନା ପୋଲିସ ୩ଭାଈଙ୍କୁ ଗିରଫ କରିଛି । ଘର ସମ୍ମୁଖରେ ଇଟା ରଖିବାକୁ ନେଇ ଗଣ୍ଡଗୋଳ କରିବା ସହ ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଗିରଫ । ଗିରଫ ଅଭିଯୁକ୍ତମାନେ ହେଲେ ବଳିଆପଣ୍ଡା ଥାନା ଅନ୍ତର୍ଗତ ଧୋବାଖାଲର ଅମୀର ସେଠୀ(୨୬), ସମୀର ସେଠୀ(୨୮), ମନୋଜ କୁମାର ସେଠୀ(୩୨) । ଏନେଇ ପୋଲିସ ଏକ ମାମଲା -୧୭୦/୨୨ ରୁଜୁ କରି ଅଭିଯୁକ୍ତମାନଙ୍କୁ ଆଜି କୋର୍ଟ ଚାଲାଣ କରିଛି । ଘର କାମ ପାଇଁ ୨ହଜାରଟି ଇଟା ସେ ତାଙ୍କ ଘର ସମ୍ମୁଖ ରାସ୍ତାରେ ରଖିଥିଲେ । ଜ୍ୟୋସ୍ନା ଭୋଇ ଜଣେ ମହିଳା ଧୋବାଖାଲରେ ତାଙ୍କ ପରିବାର ସହ ରୁହନ୍ତି । ଏହାକୁ ନେଇ ତାଙ୍କ ପଡ଼ୋଶୀ ଅମୀର ସେଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଅମୀର ସେଠୀ ଓ ତାଙ୍କ ଭାଈମାନେ ମିଶି ସବୁ ଇଟାକୁ ଭାଙ୍ଗିବା ସହ ଜ୍ୟୋସ୍ନାଙ୍କ ଘରେ ପଶି ଆକ୍ରମଣ କରିଥିଲେ । ଏମିତିକି ଜ୍ୟୋସ୍ନାଙ୍କ ବାପା ଉପେନ୍ଦ୍ର ଭୋଇଙ୍କ ଗୋଡ଼ରେ ଅଭିଯୁକ୍ତମାନେ ଇଟା ଛେଚିଦେଇଥିଲେ । ଫଳରେ ଗୋଡ଼ରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା । ଏହାପରେ ଜ୍ୟୋସ୍ନାଙ୍କ ବାପାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେ ଏବେ ମେଡ଼ିକାଲରେ ଚିକିତ୍ସାଧୀନ ଅଛନ୍ତି । ଏନେଇ ଜ୍ୟୋସ୍ନା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୋଲିସ ତଦନ୍ତ କରି ଅଭିଯୁକ୍ତ ୩ ଭାଈଙ୍କୁ ଗିରଫ କରିଛି ।