Odia News Portal

ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟା ଘଟଣାର ପର୍ଦ୍ଦାଫାସ୍‌,ଘଟଣାରେ ସଂପୃକ୍ତି ୬ଗିରଫ

ପୁରୀରେ ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟା ଘଟଣାର ପର୍ଦ୍ଦାଫାସ୍‌। ମୁଖ୍ୟ ଅଭିଯୁକ୍ତ ଦୁଇ ଜଣ ସମ୍ପର୍କରେ ବାପା-ପୁଅ। କାଳିଆ ସିଂହାରୀ ଓ ଦୋଳଗୋବିନ୍ଦ ସିଂହାରୀ ଗିରଫ। ବନ୍ଧୁକ ଚଳାଇଥିବା ମୁନ୍ନା ପାତ୍ରକୁ ମଧ୍ୟ ଗିରଫ କରାଯାଇଛି। ଘଟଣାରେ ସଂପୃକ୍ତି ଅଭିଯୋଗରେ ୬ଜଣଙ୍କୁ ଗିରଫ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୁରୀ ଏସ୍‌ପି କନଓ୍ଵର ବିଶାଲ ସିଂ।

ଆଜି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ । ଅଧିକ ତଦନ୍ତ ପାଇଁ ସେମାନଙ୍କୁ ରିମାଣ୍ଡରେ ଆଣିବ ପୋଲିସ। ହତ୍ୟା ଘଟଣାର କ୍ରାଇମ୍‌ ସିନ୍‌ ରିକ୍ରିଏସନ କରାଯିବ । ଯୋଜନାବଦ୍ଧ ଭାବେ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ହତ୍ୟା କରାଯାଇଥିବା ପୁରୀ ଏସ୍‌ପି ସୂଚନା ଦେଇଛନ୍ତି। ଗତ ୧୬ ତାରିଖରେ ବାରବାଟୀ ଜାଗାଘର ନିକଟରେ ଗୁଳିମାରି ହତ୍ୟା କରାଯାଇଥିଲା ।