Odia News Portal

ଶେଷହେଲା ଶ୍ରୀକ୍ଷେତ୍ର ସାହିଯାତ୍ରା

ଶ୍ରୀରାମ ନବମୀ ଠାରୁ ଆରମ୍ଭ ହୋଇଥିବା ଶ୍ରୀକ୍ଷେତ୍ର ସାହିଯାତ୍ରା ଶେଷ ହୋଇଛି | ଶ୍ରୀରାମ ଜନ୍ମ ନୀତି ଠାରୁ ସାହିଯାତ ଆରମ୍ଭ ହୋଇଥିଲା | ଗତକାଲି ରାବଣ ବଧ ନୀତିରେ ଶେଷ ହୋଇଛି | ମହାପ୍ରଭୁଙ୍କ ଅଜ୍ଞାମାଳ ପାଇବା ପରେ ବାଲିସାହି ରାବଣ ବାହାରି ସାହି ପରିକ୍ରମା କରି ଜମ୍ବେଶ୍ୱର ମନ୍ଦିରରେ ପହଂଚି ଥିଲା | ସେଠାରେ ରାବଣ ଯଜ୍ଞ କରିବା ପରେ ଭଗବତୀ କୋଟ ଜାଗାରେ ପହଂଚି ରାବଣ ଆରାଧନା କରିଥିଲେ | ସେଠାରୁ ପଣା ଭୋଗ ପାଇଁବା ପରେ ରାବଣ ସିଂହଦ୍ୱାରରେ ପତିତପାବନଙ୍କୁ ଦର୍ଶନ କରି ଶ୍ରୀଜଗନ୍ନାଥ ବଲ୍ଳବ ମଠରେ ପହଂଚି ଥିଲେ |

ଅନ୍ୟପଟେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅଜ୍ଞାମାଳ ପାଇଁ ଦକ୍ଷିଣୀ ଘରୁ ଶ୍ରୀରାମ ଓ ଶ୍ରୀଲକ୍ଷ୍ମଣ ବିମାନରେ ବିଜେ ହୋଈ ଶ୍ରୀଜଗନ୍ନାଥ ବଲ୍ଳବ ମଠରେ ପହଂଚି ଥିଲେ | ସେଠାରେ ଶ୍ରୀରାମ ଓ ରାବଣଙ୍କ ମଧ୍ୟରେ ଯୁଦ୍ଧ ନୀତି ଅନୁଷ୍ଠିତ ହୋଇଥିଲା | ଶେଷରେ ରାବଣ ବଧ ହେବା ପରେ ଠାକୁର ମାନେ ଶ୍ରୀମନ୍ଦିକୁ ବାହୁଡା଼ ବିଜେ କରିଥିଲେ | ଆସନ୍ତା ବୈଶାଖ କୃଷ୍ଣ ଅଷ୍ଟମୀ ତିଥି 4 ତାରିଖ ଦିନ ରାମାଭିଷେକ ନୀତି ଅନୁଷ୍ଠିତ ହେବ | କରୋନା ପାଇଁ ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ନିଡାମ୍ବର ଭାବେ ସାହିଯାତ୍ରା ପାଳନ କରାଯାଇଛି |