Odia News Portal

ରେଳ ଦୁର୍ନୀତି: ଲାଲୁଙ୍କ ବିରୋଧରେ ଚାଲିବ ମକଦ୍ଦମା, ସିବିଆଇକୁ କେନ୍ଦ୍ରର ଅନୁମତି

ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ଆରଜେଡି ସୁପ୍ରିମୋ ତଥା ପୂର୍ବତନ କେନ୍ଦ୍ର ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ବିରୋଧରେ ମାମଲା ଚଳାଇବାକୁ ସିବିଆଇକୁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି । ଏନେଇ କେନ୍ଦ୍ର ସରକାରଙ୍କ ସ୍ବୀକୃତି ପତ୍ରକୁ ସିବିଆଇ ସିବିଆଇ ଶୁକ୍ରବାର ଏକ ସ୍ବତନ୍ତ୍ର କୋର୍ଟରେ ଦାଖଲ କରିଥିଲା|

ଉଲ୍ଲେଖଯୋଗ୍ୟ, ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ସିବିଆଇ ଗତବର୍ଷ ଅକ୍ଟୋବର ୭ରେ ଲାଲୁ ଯାଦବ ତାଙ୍କ ପତ୍ନୀ ରାବ୍ରି ଦେବୀ ଏବଂ ଅନ୍ୟ ୧୪ ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲା। ସିବିଆଇ ଚାର୍ଜସିଟ୍‌ରେ ଲାଲୁଙ୍କ ଝିଅ ମିସା ଭାରତୀଙ୍କ ନାମ ମଧ୍ୟ ଥିଲା ।