Odia News Portal

୫ ଦିନ ଯାଏଁ ବର୍ଷିବ

ଆସୁଛି ଆଉ ଏକ ଲଘୁଚାପ , ଆଗାମୀ ୫ ଦିନ ଯାଏଁ ବର୍ଷା । ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ଙ୍କ ସୂଚନା । ଲଘୁଚାପ ପ୍ରଭାବରେ ବର୍ଷା ଚାଲିଛି । ୧୩ ରେ ଆଉ ଏକ ଲଘୁଚାପ । ଆଜି ଓ କାଲି ପ୍ରବଳ ବର୍ଷା ହେବ । ୧୩,୧୪ ରେ ଅତି ପ୍ରବଳ ବର୍ଷିବ । ୧୪ ରେ ବର୍ଷାର ପରିମାଣ ସର୍ବାଧିକ ରହିବ , ୩୦ ଜିଲ୍ଲା ରେ ବର୍ଷିବ । ୧୫ ତାରିଖରେ ବର୍ଷାର ପରିମାଣ ସାମାନ୍ୟ କମିବ । ଅବପାତ ଦୁର୍ବଳ ହେବା ପରେ ଏବେ ସାରା ରାଜ୍ୟରେ ବର୍ଷା ଜାରି ରହିଛି । ଆସନ୍ତାକାଲି ବର୍ଷା ସାମାନ୍ୟ କମିବ, ତେବେ ୧୩ରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ । ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଆହୁରି ଘନୀଭୂତ ହୋଇ ଓ୍ୱେଲମାର୍କ ଲୋ ପ୍ରେସରରେ ପରିଣତ ହେବ । ଏଥିପାଇଁ ୧୩ ତାରିଖରେ ୮ ଜିଲ୍ଲାକୁ ଅରେଞ୍ଜ ଏବଂ ୧୫ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ସେହିଭଳି ୧୪ରେ ବର୍ଷାର ପରିମାଣ ବଢ଼ିବା ସହ ୧୪ ଜିଲ୍ଲାରେ ଭୀଷଣ ବର୍ଷା ହେବ । ୧୬ ତାରିଖ ବେଳକୁ ଆଉ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି । ତେଣୁ ୧୮ ତାରିଖ ପର‌୍ୟ୍ୟନ୍ତ ବର୍ଷାରୁ ନିସ୍ତାର ନାହିଁ । ଗତ କିଛି ଦିନ ହେବ ଓଡ଼ିଶା ଓ ଛତିଶଗଡ଼ରେ ବର୍ଷା ଲାଗି ରହିଛି । କାଲି ଛତିଶଗଡର ଅନେକ ଅଂଚଳରେ ପ୍ରବଳ ବର୍ଷା ହୋଇଛି । ଉପର ମୁଣ୍ଡରେ ବର୍ଷା ହୋଇଛି , ତଳ ମୁଣ୍ଡରେ ବି ବର୍ଷା ହେଉଛି । ଉପର ଏବଂ ତଳ ମୁଣ୍ଡରେ ବର୍ଷା ବନ୍ୟା ଆଶଙ୍କାକୁ ଦୃଢୀଭୂତ କରୁଛି । ଲଗାଣ ବର୍ଷା ଯୋଗୁଁ ଅନେକ ଅଂଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ସମ୍ଭାବନା । ଯାହା ଫଳରେ ମହାନଦୀ ଉପରମୁଣ୍ଡ ଓ ତଳମୁଣ୍ଡରେ ନଦୀ ଜଳସ୍ତର ବଢ଼ୁଛି । ସେହିଭଳି ଦକ୍ଷିଣ ଓଡ଼ିଶାର ସବୁ ନଦୀର ଜଳସ୍ତର ବୃଦ୍ଧି ପାଇଛି । ୧୩ରୁ ଲଗାଣ ବର୍ଷା ହେଲେ ବନ୍ୟା ହେବା ନେଇ ଆଶଙ୍କା ଦେଖାଦେଇଛି । ବିଶେଷ କରି ମହାନଦୀ, ବୈତରଣୀ, ଜଳକା, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା, ବଂଶଧାରା, ଋଷିକୁଲ୍ୟା, ହରଭଙ୍ଗି ଭଳି ନଦୀରେ ବନ୍ୟା ଆସିପାରେ ।