ଭାରତ ବିରୋଧୀ ଲେଖା ଲେଖି କାନାଡାର ମିସିସାଗାରେ ଥିବା ରାମ ମନ୍ଦିରକୁ ବିରୂପ କରାଯାଇଥିବାରୁ ତୀବ୍ର ଜନ ଅସନ୍ତୋଷ ଦେଖା ଦେଇଛି। ଟରଣ୍ଟୋସ୍ଥିତ ଭାରତର ‘କନ୍ସୁଲେଟ୍ ଜେନେରାଲ୍’ ମଧ୍ୟ ଘଟଣାକୁ ତୀବ୍ର ନିନ୍ଦା କରିବା ସହିତ ତୁରନ୍ତ କାର୍ୟ୍ୟାନୁଷ୍ଠାନ ଦାବି କରିଛନ୍ତି।
ଟୁଇଟ୍ କରି କନ୍ସୁଲେଟ୍ ଲେଖିଛି: ଭାରତ ବିରୋଧୀ ଲେଖା ଲେଖି ମିସିସାଗାସ୍ଥିତ ରାମ ମନ୍ଦିର କଦର୍ୟ୍ୟ କରାଯିବା ଘଟଣାକୁ ଆମେ ତୀବ୍ର ନିନ୍ଦା କରୁଛୁ। ଘଟଣାର ତଦନ୍ତ କରି ଏଭଳି ଅନୈତିକ କାର୍ୟ୍ୟରେ ଲିପ୍ତ ଥିବା ବ୍ୟକ୍ତିମାନଙ୍କ ବିରୋଧରେ ତୁରନ୍ତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଆମେ କାନଡୀୟ ସରକାରୀ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛୁ।
ମନ୍ଦିର କାନ୍ଥରେ ଦୁର୍ବୃତ୍ତମାନେ ‘ମୋଦୀଙ୍କୁ ଆତଙ୍କବାଦୀ ଘୋଷଣା କର (ବିବିସି)’, ‘ସନ୍ଥ ଭିନ୍ଦ୍ରାୱାଲା ସହିତ ଅଟନ୍ତି’ ଏବଂ ‘ହିନ୍ଦୁସ୍ତାନ୍ ମୁର୍ଦାବାଦ୍’ ଆଦି ‘ସ୍ଲୋଗାନ୍’ ଲେଖିଛନ୍ତି।
ବ୍ରାମ୍ପ୍ଟନ୍ର ମେୟର୍ ପାଟ୍ରିକ୍ ବ୍ରାଉନ୍ ଏହି ଘଟଣାକୁ ଘୃଣ୍ୟ ଅପରାଧ ବୋଲି କହିଛନ୍ତି। ସରକାରୀ କର୍ତ୍ତୃପକ୍ଷମାନେ ଏହା ଉପରେ ଗୁରୁତ୍ବ ଦେଇ ତଦନ୍ତ କରୁଥିବା କଥା ମଧ୍ୟ ସେ କହିଛନ୍ତି।
ଟୁଇଟ୍ କରି ସେ ଲେଖିଛନ୍ତି, ଏହି ସମ୍ଭାବ୍ୟ ଘୃଣ୍ୟ ଅପରାଧ ଉପରେ ପିଲ୍ ପୋଲିସ୍ ଓ ଚିଫ୍ ନିସ୍ ଖୁବ୍ ଗୁରୁତ୍ବାରୋପ କରିଛନ୍ତି। ୧୨ ଡିଭିଜନ୍ ଏହାର ତଦନ୍ତ କରୁଛି ଓ ଅପରାଧୀମାନଙ୍କୁ ଧରିବ। କାନଡାରେ ଧାର୍ମିକ ସ୍ବାଧୀନତା ହେଉଛି ମୌଳିକ ଅଧିକାର। ତେଣୁ, ସଭିଏଁ ନିଜ ନିଜ ଉପାସନା ସ୍ଥଳରେ ଯେଭଳି ନିରାପଦ ମଣିବେ, ଆମେ ସେ ବ୍ୟବସ୍ଥା କରିବୁ।
Sign in
Sign in
Recover your password.
A password will be e-mailed to you.
