Odia News Portal

ଚାଷୀ ବେଶରେ ବାବା ରାମଦେବ

ଯୋଗ, କୁସ୍ତି ଏବଂ ବ୍ୟବସାୟ କରି ଚର୍ଚ୍ଚାକୁ ଆସିଥିବା ବାବା ରାମଦେବ ଏବେ ଏକ ନୂଆ ଅବତାରରେ ସାମ୍ନାକୁ ଆସିଛନ୍ତି । ହରିଦ୍ୱାର ପତଞ୍ଜଳି ପୀଠ ନିକଟରେ ଥିବା ବିଲରେ ଗହମ କାଟିଛନ୍ତି ବାବା ।
ସୂଚନା ଅନୁସାରେ ହରିଦ୍ୱାରରେ ଥିବା ପତଞ୍ଜଳି ଯୋଗ ପୀଠରେ ସକାଳୁ ସକାଳୁ ମର୍ଣ୍ଣିଂ ୱାକରେ ବାହାରିଥିଲେ ବାବା । ଆଉ ଠିକ୍ ଏହି ସମୟରେ ଚାଷୀମାନେ ଗହମ କାଟୁଥିବା ଦେଖିବାକୁ ପାଇଥିଲେ ଯୋଗଗୁରୁ ।

କାଳବିଳମ୍ବ ନକରି, ବିଲକୁ ଛୁଟିଥିଲେ ବାବା । ଚାଷୀଙ୍କ ସହ ମିଶି ଗହମ କାଟିବା ଆରମ୍ଭ କରିଦେଇଥିଲେ ବାବା ରାମଦେବ ।