Odia News Portal

ବିରଳ ପ୍ରଜାତିର ସାପ ଉଦ୍ଧାର କଲା ବନ ବିଭାଗ

ଆଠଗଡ଼ ନିକଟସ୍ଥ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ପାମାଳ ଗ୍ରାମରୁ ଏକ ବିରଳ ପ୍ରଜାତିର ସାପ ଉଦ୍ଧାର କରାଯାଇଛି । ସାପଟି ପାମାଳ ଗ୍ରାମର ପ୍ରିୟଦର୍ଶିନୀ ଜେନାଙ୍କ ଘରେ ପଶିଥିବାର ପରିବାର ଲୋକେ ଦେଖିବାକୁ ପାଇଥିଲେ । ପରିବାର ପକ୍ଷରୁ ଢେଙ୍କାନାଳ ବନବିଭାଗକୁ ଖବର ଦିଆଯାଇଥିଲେ ମଧ୍ୟ ବିଭାଗ ପକ୍ଷରୁ କୌଣସି ଉତ୍ତର ମିଳି ନଥିଲା । ପରେ ପରିବାର ପକ୍ଷରୁ ଆଠଗଡ଼ର ସାପ ଧରାଳି ସୁଶାନ୍ତ ପାତ୍ରଙ୍କୁ ଖବର ଦେବାପରେ ସେ ଘଟଣାସ୍ଥଳରେ ଯାଇ ଉକ୍ତ ବିରଳ ସାପଟିକୁ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡି ଦେଇଥିବା ଜଣାପଡିଛି ।