Odia News Portal

ରଥଯାତ୍ରା ପ୍ରସ୍ତୁତି: ଆଜି ବସିବ ସମନ୍ବୟ କମିଟି ବୈଠକ

 ରଥଯାତ୍ରା ପାଇଁ ଚଳଚଂଚଳ ହୋଇପଡ଼ିଲାନି ଶ୍ରୀକ୍ଷେତ୍ର ପୁରୀ । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରଂଭ ହୋଇଯାଇଛି । କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହେବ ରଥଯାତ୍ରା ପାଇଁ ସମନ୍ବୟ କମିଟି ବୈଠକ। ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ପାଇଁ ସବୁ ବିଭାଗ କରିଛନ୍ତି ନିଜ ନିଜର ପ୍ରସ୍ତୁତି କିଭଳି କରିଛନ୍ତି ତାହାର ସମୀକ୍ଷା ହେବ।

ତେବେ ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିରରେ ଲାଗିବ ୨୩୬ ସିସିଟିଭି କ୍ୟାମେରା। ପ୍ରଥମ ଦଫାରେ ଶ୍ରୀମନ୍ଦିର ଭିତରେ ଓ ବାହାରେ ଏବଂ ଗୁଣ୍ଡିଚା ମନ୍ଦିର ଭିତରେ ୨୩୬ଟି ସିସିଟିଭି କ୍ୟାମେରା ଲଗାଇବା ପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି। ଏହି ସିସିଟିଭି କ୍ୟାମେରା ଗୁଡିକରେ ପ୍ରୋଗ୍ରାମିଙ୍ଗ କରାଯିବ।

ସେହିପରି ବିନା ଭକ୍ତରେ ଓ ଭକ୍ତଙ୍କ ଗହଣରେ ରଥଯାତ୍ରା କରିବା ପାଇଁ ଦୁଇଟି ପ୍ଲାନ୍ ପ୍ରସ୍ତୁତ ହୋଇଛି। ଭକ୍ତଙ୍କ ଗହଣରେ ରଥଯାତ୍ରା ହେଲେ ଏଥି ପାଇଁ ରହିଥିବା ଚାଲେଞ୍ଜକୁ କିଭଳି ସାମ୍ନା କରାଯାଇପାରିବ, ସୁରୁଖୁରୁ ଓ ଶୃଙ୍ଖଳିତ ଭାବେ ରଥଯାତ୍ରା ସମ୍ପନ୍ନ କରାଯାଇପାରିବ ସେ ନେଇ ମଧ୍ୟ ଆଲୋଚନା କରାଯିବ।