Odia News Portal

ରମାଦେବୀ ବିଶ୍ଵବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇଲେ ଛାତ୍ରୀ

ପୁଣି ଚର୍ଚ୍ଚାରେ ରମାଦେବୀ ବିଶ୍ଵବିଦ୍ୟାଳୟ। ମୁଖ୍ୟ ଫାଟକରେ ତାଲା ପକାଇଲେ ଛାତ୍ରୀ। ହଷ୍ଟେଲରେ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ କରି ବିଶ୍ଵବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ ପୋଷ୍ଟର ମାରି ତୀବ୍ର ପ୍ରତିବାଦ କରିଛନ୍ତି।

ସୂଚନାନୁଯାୟୀ, ରମାଦେବୀ ବିଶ୍ଵବିଦ୍ୟାଳୟ ହଷ୍ଟେଲରେ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ନେଇ ଛାତ୍ରୀମାନେ ଅଭିଯୋଗ କରିଆସୁଥିଲେ। ପିଲାମାନେ ଏନେଇ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ବି କୌଣସି ପଦକ୍ଷେପ ନିଆଯାଇନଥିଲା। ବାଧ୍ୟହୋଇ ବିଶ୍ଵବିଦ୍ୟାଳୟର ଛାତ୍ରୀମାନେ ମୁଖ୍ୟ ଫାଟକରେ ତାଲା ପକାଇ ପ୍ରତିବାଦ କରିଛନ୍ତି। ଦାବି ପୂରଣ ନହେବା ଯାଏଁ ବିକ୍ଷୋଭ ପ୍ରଦର୍ଶନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି। ସେପଟେ NSSର ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ରମାଦେବୀ କ୍ୟାମ୍ପସରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଉପସ୍ଥିତ ଅଛନ୍ତି।