Odia News Portal

ମେୟର ପଦବୀ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ ରେଖା ଗୁପ୍ତା

ଦିଲ୍ଲୀ ମେୟର ପଦବୀ ପାଇଁ ନାମାଙ୍କନ ଦାଖଲ କଲେ ବିଜେପି ପ୍ରାର୍ଥୀ ରେଖା ଗୁପ୍ତା। ଶାଲିମାର ବାଗରୁ ତିନି ଥର କାଉନସିଲର ରହିଥିବା ରେଖା ଗୁପ୍ତା ମଙ୍ଗଳବାର ଶେଷ ଦିନରେ ନାମାଙ୍କନ ଭରିଛନ୍ତି । ସେହିପରି ରାମ ନଗର ଓ୍ବାର୍ଡରୁ କମଲ ବାଗରୀ ଡେପୁଟୀ ମେୟର ପଦବୀ ପାଇଁ ଲଢ଼ିବେ। ଆସନ୍ତା ଜାନୁଆରୀ ୬ ତାରିଖରେ ମେୟର ନିର୍ବାଚନ ହେବ।

ସୂଚନାଯୋଗ୍ୟ, ଏମସିଡି ନିର୍ବାଚନରେ ବିଜେପି ୨୫୦ ସିଟ୍ରୁ ୧୦୪ ସିଟ୍ ହାତେଇଛି। ମଙ୍ଗଳବାର ବିଜେପି ମେୟର ଏବଂ ଡେପୁଟି ମେୟର ସମେତ ବିଭିନ୍ନ ଏମସିଡି ପଦବୀ ପାଇଁ ପ୍ରାର୍ଥୀ ଚୂଡ଼ାନ୍ତ କରିଛି। ରେଖା ଗୁପ୍ତାଙ୍କୁ ମେୟର ପଦ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଥିବାବେଳେ ଦ୍ୱାରକା କାଉନସିଲର କମଲଜିତ ସେହରୱାଟଙ୍କୁ ସ୍ଥାୟୀ କମିଟି ସଦସ୍ୟ ପଦ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ସେ ଏହା ପୂର୍ବରୁ ଦକ୍ଷିଣ ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନର ମେୟର ଭାବରେ କାର‌୍ୟ୍ୟ କରିଛନ୍ତି।

ସେପଟେ ୧୩୪ ସିଟ୍ ଜିତିଥିବା ଆମ୍ ଆଦମୀ ପାର୍ଟି ଦିଲ୍ଳୀ ମେୟର ପାଇଁ ଶେଲୀ ଓବରଏ ଏବଂ ମହମ୍ମଦ ଇକବାଲଙ୍କୁ ଦିଲ୍ଳୀ ମେୟର ଏବଂ ଡେପୁଟି ମେୟର ଭାବରେ ପ୍ରାର୍ଥୀ କରିଛି। ଉଭୟ ନାମାଙ୍କନ ଭରିଛନ୍ତି।