Odia News Portal

ଶିଳ୍ପମନ୍ତ୍ରୀଙ୍କ କଳିଙ୍ଗ ଷ୍ଟୁଡିଓର ପୁନଃବିକାଶ କାର୍ଯ୍ୟ ସମୀକ୍ଷା

ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ହେବ ଶିଳାନ୍ୟାସ

ଭୁବନେଶ୍ୱର: ଶିଳ୍ପ ମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର ଆଜି ସନ୍ଧ୍ୟାରେ ବରିଷ୍ଠ ଅଧିକାରୀଙ୍କ ଗହଣରେ ଆସି ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିଛନ୍ତି । କଳିଙ୍ଗ ଷ୍ଟୁଡିଓର ପୁନଃବିକାଶ କାଯର୍ୟକୁ ଆସନ୍ତାକାଲି ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶିଳାନ୍ୟାସ କରିବେ । ଏହି ଷ୍ଟୁଡିଓକୁ ବିଶ୍ୱସ୍ତରୀୟ ଷ୍ଟୁଡିଓ ଭାବେ ବିକଶିତ କରିବା ପାଇଁ ରାଜ୍ୟ ସରକାର ୨୦୦ କୋଟି ଅର୍ଥ ମଞ୍ଜୁର କରିଛନ୍ତି । ଶିଳାନ୍ୟାସ କାଯର୍ୟକ୍ରମରେ କେବଳ ସୀମିତ ସଂଖ୍ୟକ ସିନେ କଳାକାର ଓ ସିନେଜଗତ ସହ ଜଡ଼ିତ ବ୍ୟକ୍ତିବିଶେଷଙ୍କୁ ନିମନ୍ତ୍ରଣ କରାଯାଇଛି । କୋଭିଡ୍ ନିୟମ ଅନୁପାଳନପୂର୍ବକ ଏହି କାଯର୍ୟକ୍ରମ ଅ।ୟୋଜିତ ହେବ ।

ଏଥି ସହିତ ଷ୍ଟୁଡିଓକୁ ନେଇ କରାଯାଇଥିବା ପରିକଳ୍ପନାର ନକ୍ସାକୁ ମଡେଲ୍ ଭାବରେ ମୁଖ୍ୟମନ୍ତ୍ରୀଙ୍କ ଅ।ଗରେ ପ୍ରଦର୍ଶନ କରାଯିବ । କାଯର୍ୟର ଅଗ୍ରଗତି ସଂପର୍କରେ ସମୀକ୍ଷା କରି ମନ୍ତ୍ରୀ କ୍ୟାପ୍ଟେନ୍ ମିଶ୍ର ସନ୍ତୋଷ ପ୍ରକାଶ କରିଥିଲେ । ଏହି ସମୀକ୍ଷା ବେଳେ ଶିଳ୍ପ ବିଭାଗ ପ୍ରମୁଖ ସଚିବ ଶ୍ରୀ ହେମନ୍ତ ଶର୍ମା, ଇଡ୍କୋର ଅଧ୍ୟକ୍ଷ ତଥା ପରିଚାଳନା ନିଦେ୍ର୍ଦଶକ ଶ୍ରୀ ସଂଜୟ କୁମାର ସିଂହ, ଇପିକଲର ପରିଚାଳନା ନିଦେ୍ର୍ଦଶକ ଶ୍ରୀ ନିତିନ ଭାନୁଦାସ ଜାୱଲେ ଓ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ ଶ୍ରୀ କୁନା ତ୍ରିପାଠୀ ଓ ନିଗମର ଅନ୍ୟାନ୍ୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।