ଏବେ ସୋସିଆଲ ମିଡିଆରେ ଏମିତି ଖବର ସବୁ ଜାଣିବାକୁ ମିଳୁଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବାଟା ସ୍ବଭାବିକ। ଆପଣମାନେ ତ ଟେଲର ସ୍ବିଫ୍ଟଙ୍କ ବିଷୟରେ ଜାଣିଥିବେ। ଟେଲର ସ୍ବିଫ୍ଟ ଦୁନିଆର ସବୁଠାରୁ ଲୋକପ୍ରିୟ ପପ୍ ତାରକା ମାନଙ୍କ ମଧ୍ୟରୁ ଅନ୍ୟତମ।
ଏହି ଗ୍ରାମୀ ପୁରସ୍କାର ପାଇଥିବା ଆମେରିକାନ ସିଙ୍ଗର ଇଣ୍ଡଷ୍ଟ୍ରିରେ ଟପ୍ ରେ ରହିଥିବାବେଳେ ନିଜ ଏକ ସ୍ବତନ୍ତ୍ର ପରିଚୟ ସ୍ରୁଷ୍ଟି କରିଛନ୍ତି । ହେଲେ ଦର୍ଶକବନ୍ଧୁ ସେ କେବଳ ପ୍ରସିଦ୍ଧ ନୁହଁନ୍ତି, ତାଙ୍କ ବିଲେଇ ଯାହାର ନା ଆଲିଭିୟା ବେନସନ, ଯିଏକି ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ସ୍କୋର୍ଟଟିସ୍ ଫୋଲ୍ଡ ଫେଇଲିନ୍ ପ୍ରଜାତିର ଏହି ବିଲେଇ ବିଷୟ ଜାଣିଲେ ଆପଣ ତାଜୁବ୍ ହୋଇଯିବେ।
ଟେଲର ସ୍ବିଫ୍ଟଙ୍କୁ ଭଲପାଉଥିବା ତ ନିହାତୀ ଜାଣିଥିବେ ଯେ ବିଲେଇ ପ୍ରତି ତାଙ୍କର କେତେ ଭଲପାଇବା ରହିଛି। ଏଥିରେ ଆଶ୍ଚର୍ଯ୍ୟ ହେବାର ନାହିଁ ଯେ ତାଙ୍କ ପାଳିତ ପଶୁ ପୃଥିବୀର ସବୁଠାରୁ ଧନୀ ପଶୁ ମାନଙ୍କ ଭିତରୁ ଜଣେ । ଯାହାର ମୂଲ୍ୟ ହେଉଛି ୮୦୦ କୋଟି ଟଙ୍କା ।
AllAboutCats.com ଅନୁଯାୟୀ, ଅଲିଭିଆ ବର୍ତ୍ତମାନ ଦୁନିଆର ସବୁଠାରୁ ଧନୀ ଗୃହପାଳିତ ପଶୁମାନଙ୍କ ମଧ୍ୟରେ ତୃତୀୟ ସ୍ଥାନରେ ରହିଛି। ୨୦୧୪ରୁ ଟେଲର ବିଲେଇ ଆଲିଭିୟାଙ୍କୁ ପାଳୁଛନ୍ତି। ଅଲିଭିଆ ବ୍ୟତୀତ ଟେଲରଙ୍କର ଆଉ ଦୁଇଟି ବିଲେଇ ଅଛି। ମେରେଡିଥ୍ ଗ୍ରେ ଏବଂ ବେଞ୍ଜାମିନ୍ ବଟନ୍। ଅପରପକ୍ଷେ, ମେରେଡିଥ ଏବଂ ବେଞ୍ଜାମିନ୍ ଙ୍କ ବିଷୟରେ ତାଲିକାରେ କିଛି ଉଲ୍ଲେଖ କରାଯାଇ ନାହିଁ।
ତୃତୀୟ ସ୍ଥାନରେ ଆଲିଭିୟା ଥିବା ନେଇ ରିପୋର୍ଟରେ ଦର୍ଶାଯାଇଛି । ଏହା ସହ ମୋଟ ୯୭ ମିଲିୟନ୍ ଡଲାର ମୂଲ୍ୟର ସମ୍ପତ୍ତି ସହିତ ଆଲିଭିୟା ଇନଷ୍ଟାଗ୍ରାମରେ ବେଶ୍ ସଫଳତା ପାଇଛି। ଆଲିଭିୟା ବେନସନ ନିଜ ମାଲିକ ଟେଲର ସ୍ବିଫ୍ଟଙ୍କ ସହିତ ଅନେକ ମ୍ୟୁଜିକ୍ ଭିଡ଼ିଓରେ ଅଭିନୟ କରି ବେଶ୍ ପ୍ରଶଂସା ପାଇଥିବା ସହ, ନିଜର ଏକ ବ୍ଯବସାୟିକ ଲାଇନ୍ ତିଆରି କରିଛନ୍ତି । ଏହାସହ ଡାଏଟ୍ କୋକ୍ ଏବଂ ନେଡ୍ ସ୍ନେକର୍ସ ଭଳି ଅନେକ ବଡ଼ ବଜେଟ୍ ବିଜ୍ଞାପନରେ ନଜର ଆସିଛନ୍ତି।
ତେବେ ଏହି ଲିଷ୍ଟରେ ପ୍ରଥମ ଏବଂ ଦ୍ୱିତୀୟ ସ୍ଥାନରେ ଥିବା ପଶୁଙ୍କ ବିଷୟରେ କହିବାକୁ ଗଲେ, ଗୁନ୍ଥର୍ 6 ଭାବରେ ଜଣାଶୁଣା ଗୋଟେ ଜର୍ମାନ ସେଫର୍ଡ ଏହି ତାଲିକାର ଶୀର୍ଷରେ ରହିଛନ୍ତି। ଯାହାର ମାଲିକଙ୍କର ଗୁନ୍ଥର୍ କର୍ପୋରେସନ୍ ନାମରେ ଏକ ସଂସ୍ଥା ରହିଛି । ୧୯୯୨ରେ ଏହି ଗୁନ୍ଥର୍ 6 ର ମୂଲ୍ଯ ୮୦ ମିଲିୟନ୍ ଡଲାର ଥିବାବେଳେ ଏବେ ବୃଦ୍ଧି ପାଇ ୫୦୦ ମିଲିୟନ ଡ଼ଲାରରେ ପହଞ୍ଚିଛି। ଅନ୍ୟ ପଟେ, ଦ୍ୱିତୀୟ ସ୍ଥାନରେ ରହିଛି ନାଲା କ୍ୟାଟ୍ । ଯାହାର ମୂଲ୍ଯ ୧୦୦ ମିଲିୟନ୍ ଡଲାର ରହିଛି।
