Odia News Portal

ଦିନ ଦ୍ଵିପ୍ରହରେ ଗୁଳି କରି ଲୁଟିନେଲେ ଟଙ୍କା

ବାଲେଶ୍ୱର: ଗୁଳି କରି ଲୁଟିନେଲେ ଟଙ୍କା । ବାଲେଶ୍ୱର ସଦର ଥାନା ଖାନ୍‌ନଗର ନିକଟରେ ଗୁଳିକାଣ୍ଡ ପରେ ଲୁଟ । ଏକ ଜେସିବି ସୋରୁମ୍‌ର ଆକ୍ଟାଉଣ୍ଟାଣ୍ଟଙ୍କ ନିକଟରେ ୩ ଲକ୍ଷରୁ ଅଧିକ ଟଙ୍କା ଲୁଟ୍‌ ହୋଇଛି । ପଲସର ଆସି ଟଙ୍କା ଲୁଟି ନେଇଛନ୍ତି ଲୁଟେରା ।

ଖବର ଅନୁସାରେ, ଆଜି ଦିନ ପ୍ରାୟ ୧୧.୨୫ ସମୟରେ ଜେସିବି ସୋରୁମର ଆକାଉଣ୍ଟାଣ୍ଟ ଅଶୋକ କୁମାର ଜେନା ଟଙ୍କା ନେଇ ବ୍ୟାଙ୍କ ଯାଉଥିବା ସମୟରେ ନିଳ ରଙ୍ଗର ପଲସରରେ ଦୁଇ ଯୁବକ ଆସି ଟଙ୍କା ବ୍ୟାଗ ଛଡାଇବାକୁ ଉଦ୍ୟମ କରିଥିଲେ ।ଅଶୋକ ବିରୋଧ କରିବାରୁ ଯୁବକ ଜଣଙ୍କ ବନ୍ଧୁକ କାଢି ଅଶୋକଙ୍କ ପାଦକୁ ଫାୟାରିଂ କରିଥିଲେ । ଯାହା ଫଳରେ ଅଶୋକ ଭୟରେ ବ୍ୟାଗ ଛାଡି ଦେଇଥିଲେ । ଏହାପରେ ଯୁବକ ଦୁଇ ଜଣ ଟଙ୍କା ନେଇ ଫେରାର ହୋଇ ଯାଇଥିଲେ ।ବ୍ୟାଗ୍‌ରେ ପ୍ରାୟ ୩ଲକ୍ଷ ୨୦ ହଜାର ଟଙ୍କା ଥିବା ଜଣାପଡିଛି । ପୁଲିସ ଘଟଣା ତଦନ୍ତ ଜାରି ରଖିଛି ।