ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିଥିବା ସୂଚନା । ୨୦ ରୁ ଅଧିକ ଚୁଲି ଦୁର୍ବୁତ୍ତ ଭାଙ୍ଗି ଦେଇଥିବା ସୂଚନା । କାଲି ରାତିରେ ରୋଷଘରେ ପଶି କେହି ଚୁଲି ଭାଙ୍ଗି ଦେଇଥିବା ଆଶଙ୍କା କରାଯାଉଛି । ଆଡପ ଅବଢା ରନ୍ଧା ପାଇଁ ପ୍ରସ୍ତୁତ ହୋଇଥିଲା ଚୁଲି ।ଚୁଲି ଭଙ୍ଗା ନେଇ ମହାସୁଆର ନିଯୋଗ ସଭାପତିଙ୍କ ସୂଚନା । ଚୁଲିକୁ କେହି ହାତରେ ଭାଙ୍ଗିଥିବା ଅଭିଯୋଗ କଲେ ସେବାୟତ । ସୁଆର ସେବାୟତ ଟୁଲୁ ମହାସୁଆରଙ୍କ ଗୁରୁତର ଅଭିଯୋଗ । ଗୁଣ୍ଡିଚା ମନ୍ଦିରରେ ରହିଛି ମୋଟ ୭୫୨ ଟି ଚୁଲି । ୭୫୨ଟି ଚୁଲିରୁ ୨୦ ଟି ଚୁଲି କେହି ଭାଙ୍ଗି ଦେଇଛି । ଚୁଲି ଭଙ୍ଗା ରେ କେହି ବାହାର ଲୋକ ସମ୍ପୃକ୍ତ ନାହାନ୍ତି କହିଲେ ସେବାୟତ ଟୁଲୁ । କେହି ବାହାର ଲୋକ ନୁହଁନ୍ତି , ଆମ ସେବାୟତ ଭାଇ ଭାଙ୍ଗିଛନ୍ତି । ଶ୍ରୀମନ୍ଦିର ରୋଷଘର ଚୁଲି ତଡାଯାଇନଥିବା କହିଲେ । ଚୁଲି ତଡା ଯାଇନି ହାତରେ ଭଙ୍ଗା ଯାଇଛି କହିଲେ ଟୁଲୁ । ଆଡପ ଅବଢା ପାଇଁ ୫ ଦିନ ତଳେ ପ୍ରସ୍ତୁତ ହୋଇଥିଲା ଚୁଲି ।
