Odia News Portal

ଜୁନ୍ ମାସରେ ହାଇସ୍କୁଲରେ ନିଯୁକ୍ତି ପାଇବେ ୧୧,୦୦୦ ଶିକ୍ଷକ: ସମୀର ଦାଶ

ଜୁନ୍ ମାସରେ ହାଇସ୍କୁଲ ଗୁଡ଼ିକରେ ନିଯୁକ୍ତି ପାଇବେ ୧୧,୦୦୦ ଶିକ୍ଷକ । ଏହା ସହ ଏକ ଭବ୍ୟ କାର‌୍ୟ୍ୟକ୍ରମ ଆୟୋଜନ କରାଯାଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବ ନିଯୁକ୍ତ ଶିକ୍ଷକମାନଙ୍କୁ ନିଯୁକ୍ତି ପତ୍ର ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି । ସେ ଆହୁରି କହିଛନ୍ତି, ପ୍ରଥମ ପର‌୍ୟ୍ୟାୟରେ ହାଇସ୍କୁଲଗୁଡ଼ିକର ରୂପାନ୍ତରୀକରଣ କରାଯାଉଛି। ପ୍ରାୟ ୮ ହଜାର ହାଇସ୍କୁଲରରୁ ୫୦୦୦ ହଜାର ସ୍କୁଲକୁ ରୂପାନ୍ତରୀକରଣ କରାଯାଉଛି।

ବାକି ୩୦୦୦ ହାଇସ୍କୁଲର ରୂପାନ୍ତରୀକରଣ ବ୍ୟବସ୍ଥା କରାଯିବ। ହାଇସ୍କୁଲ ରୂପାନ୍ତରୀରଣ କରିବା ପରେ ପ୍ରାଥମିକ ବିଦ୍ୟାଳଗୁଡ଼ିକ କଥା ବିଚାର କରାଯିବ। ସେପଟେ ୧୧ ହଜାର ଶିକ୍ଷକ ନିଯୁକ୍ତି ପାଇଁ କିଛି ମାସ ତଳେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହା ସହ ଆଦର୍ଶ ବିଦ୍ୟାଳୟଗୁଡ଼ିକରେ ୧,୭୦୦ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ଦେବାକୁ ବିଜ୍ଞପ୍ତି ବାହାରିଥିଲା। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।