Odia News Portal

ମନି ଲଣ୍ଡରିଂ ମାମଲାରେ ସଞ୍ଜୟ ରାଉତଙ୍କୁ ମିଳିଲା ଜାମିନ

ପାତ୍ରା ଚଲ୍ ଜମି ଦୁର୍ନୀତି ମାମଲାରେ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ଜାମିନ ମିଳିଛି। ମୁମ୍ବାଇର ଏକ କୋର୍ଟ ବୁଧବାର ରାଉତଙ୍କୁ ଜାମିନ ପ୍ରଦାନ କରିଛନ୍ତି।

ଏହାପୂର୍ବରୁ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ କୋର୍ଟ ତାଙ୍କ ଜାମିନ ଆବେଦନ ଉପରେ ରାୟ ସଂରକ୍ଷିତ ରଖିଥିଲେ।ପ୍ରାୟ ୧୦୦ ଦିନ ପରେ ସଞ୍ଜୟ ରାଉତ ଜେଲରୁ ମୁକୁଳିବେ। ତାଙ୍କ ଭାଇ ସୁନୀଲ ରାଉତଙ୍କୁ ମଧ୍ୟ ଜାମିନ ମିଳିଛି।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ରାଉତଙ୍କ ବିରୋଧରେ ମନି ଲଣ୍ଡରିଂ ଅଭିଯୋଗର ଯାଞ୍ଚ କରୁଛି। ଇଡି ଅଭିଯୋଗ କରିଛି ଯେ ସଞ୍ଜୟ ରାଉତ ପୁରା ସ୍କାମର ମାଷ୍ଟରମାଇଣ୍ଡ ।

ଏହି ମାମଲା ମୁମ୍ବାଇର ଉତ୍ତର ଉପକଣ୍ଠରେ ଥିବା ପାତ୍ରା ଚାଲ୍ ପ୍ରକଳ୍ପର ପୁନଃ ନିର୍ମାଣ ସହ ଜଡିତ। ସଞ୍ଜୟ ରାଉତଙ୍କୁ ଅଗଷ୍ଟ ୧ରେ ଗିରଫ କରିଥିଲା ଇଡି।ଗିରଫ ପୂର୍ବରୁ ଆଠ ଦିନ ଇଡି ହାଜତରେ ରହିବା ପରେ ରାଉତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା।