ଭୁବନେଶ୍ୱର:ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ ଗୁଡ଼ିକୁ ଆସନ୍ତା ୧୦ ତାରିଖରେ ବନ୍ଦ ଘୋଷଣା କରାଯାଇଛି । ଜାନୁୟାରୀ ୧୦ରୁ ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ ବନ୍ଦ ରହିବ। କେବଳ ମେଡିକାଲ ଏବଂ ନର୍ସିଂ କଲେଜଗୁଡ଼ିକୁ ଏଥିରୁ ବାଦ ଦିଆଯାଇଛି। ଅନ୍ୟ ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକ ବନ୍ଦ ରହିଲେ ବି ଅନ୍ଲାଇନ୍ କ୍ଲାସ ଚାଲୁ ରହିବ ବୋଲି କୁହାଯାଇଛି।
