Odia News Portal

ଭୀମସାରରେ ହେବ ଦ୍ୱିତୀୟ କୋଭିଡ ହସ୍ପିଟାଲ

*ଭୀମସାରରେ କୋଭିଡ ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର |

ସମ୍ବଲପୁର: ଭୀମସାରରେ କୋଭିଡ ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର | ଭୀମସାର ଆସି ପ୍ରଥମେ କୋଭିଡ ହସ୍ପିଟାଲ ଗସ୍ତ କରିବା ପରେ ସମୀକ୍ଷା କରିଛନ୍ତି ।ତେବେ ଏହି ସମୀକ୍ଷା ପୂର୍ବରୁ ଭୀମସାରରେ ୧୨୦ ବେଡ କୋଭିଡ ହସ୍ପିଟାଲ କାର୍ଯ୍ୟ କରୁଥିବାବେଳେ ଏଥିରେ ୧୦୫ଟି ବେଡ ବୃଦ୍ଧି ହୋଇ ୨୨୫ରେ ପହଁଚିଛି । ଏଥିରେ ୫୦ଟି ଆଇସିୟୁ ଓ ୧୭୫ଟି ସାଧାରଣ ବେଡ ସଂଖ୍ୟା ରହିବ | ତେବେ ଭୀମସାରର ମେଡିସିନ କୋଠାରେ ୧୦ ଦିନ ମଧ୍ୟରେ ଦ୍ୱିତୀୟ କୋଭିଡ ହସ୍ପିଟାଲ ଆରମ୍ଭ ହେବା ନେଇ ନିଷ୍ପତ୍ତି ହୋଇଛି ।

ନୂତନ କୋଭିଡ ହସ୍ପିଟାଲରେ ୫୦ଟି ଆଇସିୟୁ ଓ ୨୫୦ ସାଧାରଣ ବେଡ ରହିବ । ତେବେ ଦୁଇଟି କୋଭିଡ ହସ୍ପିଟାଲରେ ସମୁଦାୟ ୫୨୫ ବେଡ କାର୍ଯ୍ୟ କରିବ । ସେହିପରି କରୋନା ସଂକ୍ରମିତଙ୍କ ପାଇଁ ମେଡିସିନ ମହଜୁଦ ଅଛି ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ । ୩ଟି ଜିଲ୍ଲା ଝାରସୁଗୁଡା, ବରଗଡ଼, ସମ୍ବଲପୁରରେ କୋଭିଡ ସ୍ଥିତି ସମୀକ୍ଷା କରାଯାଇଛି ।