ରାଜଧାନୀରେ ଚାଞ୍ଚଲ୍ୟ। ସିକ୍ୟୁରିଟି ଗାର୍ଡଙ୍କୁ ହତ୍ୟା ସନ୍ଦେହ। ଭୁବନେଶ୍ୱର ଅଶୋକ ନଗର ଅଞ୍ଚଳରୁ ଏକ ନିର୍ମାଣାଧୀନ କୋଠାରୁ ଜଣେ ସିକ୍ୟୁରିଟି ଗାର୍ଡଙ୍କ ରକ୍ତ ଜୁଡୁବୁଡ଼ୁ ମୃତଦେହ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ଏବଂ କ୍ୟାପିଟାଲ ଥାନା ପୋଲିସ ଛାନଭିନ୍ ଆରମ୍ଭ କରିଛି ।
ସୂଚନାନୁଯାୟୀ, ମୃତକ ଜଣଙ୍କ ଯାଜପୁର ଜିଲ୍ଲା ଛଚିନାର ବୋଲି ଜଣାପଡ଼ିଛି। ସେ ମାସେ ହେଲା ଅଶୋକ ନଗରର ଏହି ନିର୍ମାଣାଧୀନ କୋଠାରେ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟ କରୁଥିଲେ। ଆଜି ତାଙ୍କର ରକ୍ତ ଜୁଡୁବୁଡ଼ୁ ମୃତଦେହ ଉଦ୍ଧାର ହୋଇଛି। ତାଙ୍କ କାନ ଓ ମୁହଁରେ ଆଘାତ ଲାଗିଛି। ତେବେ କେଉଁ ପରିସ୍ଥିତିରେ ଏମିତି ଏକ ଘଟଣା ଘଟିଲା, ତାହା ସ୍ପଷ୍ଟ ହୋଇନି। ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ଏବଂ କ୍ୟାପିଟାଲ ଥାନା ପୋଲିସ ଛାନଭିନ୍ ଆରମ୍ଭ କରିଛି ।
