Odia News Portal

ଅଫଲାଇନ୍ ପଞ୍ଜିକରଣରେ ଟିକା ନେବେ ବୟସ୍କ

ରାଜଧାନୀର ୧୨ଟି ସରକାରୀ କେନ୍ଦ୍ରରେ ଟିକାକରଣ

ଭୁବନେଶ୍ୱର: ଆଜିଠାରୁ ଦେଶ ତଥା ରାଜ୍ୟରେ ଆରମ୍ଭ ହୋଇଛି ବୟସ୍କଙ୍କ ଟିକାକରଣ | ରାଜଧାନୀର ୧୨ଟି ସରକାରୀ କେନ୍ଦ୍ରରେ ଚାଲିଛି ଟିକାକରଣ ପ୍ରକ୍ରିୟା । ପ୍ରତି କେନ୍ଦ୍ରରେ ଦିନକୁ ୬୦ ଜଣଙ୍କୁ ଟିକା ଦେବା ପାଇଁ ବନ୍ଦୋବସ୍ତ କରିଛି ଭୁବନେଶ୍ୱର ମହାନଗର ନିଗମ । ତେବେ ଟିକାକରଣ କେନ୍ଦ୍ରରେ କେବଳ ୬୦ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କ ଟିକାକରଣ ଚାଲିଥିବା ବେଳେ ୬ଟି ସ୍ଲଟ କରାଯାଇଛି । କରୋନା ନିୟମକୁ ମାନି ପ୍ରତି ଘଣ୍ଟାରେ ୧୦ ଜଣ ଲେଖାଏଁ ବୟସ୍କ ବ୍ୟକ୍ତିଙ୍କୁ ଟିକା ଦିଆଯାଉଛି ।

ତେବେ ଟିକାକରଣ ନିମନ୍ତେ ଆଜି ଅନ ଲାଇନ ପଞ୍ଜିକରଣରେ ସମସ୍ୟା ଦେଖା ଦେବା ପରେ ଟିକାକରଣ କେନ୍ଦ୍ରରେ ରାଜ୍ୟ ସରକାର ବୟସ୍କଙ୍କ ଟିକା ସୁବିଧା ପାଇଁ ଅଫ୍ ଲାଇନ ପଞ୍ଜିକରଣ ବ୍ୟବସ୍ଥା କରିଛନ୍ତି । ତେବେ ଏଥି ନିମନ୍ତେ ବୟସ ପ୍ରମାଣ ପତ୍ର,ମୋବାଇଲ ନମ୍ବର,ଠିକଣା ଆଦି ଦେଖାଇ ଏମାନେ ଅନସ୍ପଟ ରେଜିଷ୍ଟ୍ରେସନ୍ କରିବା ପରେ ଟିକା ଗ୍ରହଣ କରିପାରିବେ ବୋଲି ଜୋନାଲ ଡ଼େପୁଟି କମିଶନର ଅଂଶୁମାନ ରଥ ସୂଚନା ପ୍ରଦାନ କରିଛନ୍ତି ।