Odia News Portal

ଶ୍ରୀମନ୍ଦିରର ଗର୍ଭଗୃହରୁ କୌଣସି ପଥର ଖସିନାହିଁ : ଶ୍ରୀମନ୍ଦିର ପ୍ରଶାସକ

ଶ୍ରୀମନ୍ଦିରର ଗର୍ଭଗୃହରୁ ଚୂନପଥର ଖସିବା ଘଟଣା। ସ୍ପଷ୍ଟୀକରଣ ରଖିଲେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା। ସେ କହିଛନ୍ତି ଯେ, ଗର୍ଭଗୃହରୁ କୌଣସି ପଥର ଖସିନାହିଁ। ଆଦ୍ରତା ପାଇଁ ରତ୍ନସିଂହାସନ ଶ୍ରୀବଳଭଦ୍ରଙ୍କ ପଛପଟ ପାର୍ଶ୍ଵରୁ ଲାଇମ୍ ପ୍ଲାଷ୍ଟର ଚୂନ ଖଣ୍ଡ ଖସିଛି।

ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ କହିଛନ୍ତି ଯେ, ମଙ୍ଗଳବାର ସକାଳ ଧୂପ ପରେ ଏହି ଘଟଣା ଘଟିଛି। ଏହାଦ୍ଵାରା ଠାକୁରଙ୍କ ଶ୍ରୀଅଙ୍ଗ ପ୍ରତି କୌଣସି ସମସ୍ୟା ହୋଇନାହିଁ। ଏହାଦ୍ଵାରା ଠାକୁରଙ୍କ ନୀତିକାନ୍ତିରେ ମଧ୍ୟ କୌଣସି ସମସ୍ୟା ହୋଇନାହିଁ। ଏନେଇ ଏଏସଆଇ ଟିମ୍‌କୁ ଅବଗତ କରାଯାଇଛି।