ନୂଆବର୍ଷ ଭିଡ଼ ନିୟନ୍ତ୍ରଣ ପାଇଁ ପୁରୀରେ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ମାର୍କେଟ ଛକରୁ ସିଂହଦ୍ୱାର ପର୍ଯ୍ୟନ୍ତ ନୋ ଭେଣ୍ଡିଂ ଜୋନ୍ ଘୋଷିତ ହୋଇଛି । ଡିସେମ୍ବର ୩୧ ଓ ଜାନୁଆରୀ ୧ ତାରିଖ ପାଇଁ ଜାରି ରହିବ କଟକଣା । ତାଳବଣିଆ, ଷ୍ଟାର୍ଲିଂ ନିକଟ ଓ ଜଗନ୍ନାଥ ବଲ୍ଲଭରେ କାର୍ ପାର୍କିଂ କରାଯିବ । ବଡ଼ଶଙ୍ଖଠାରୁ ଶରଧା ବାଲି ଯାଏଁ ଦୁଇ ଚକିଆ ଗାଡ଼ି ପାର୍କିଂ ବ୍ୟବସ୍ଥା ହୋଇଛି । ବଡ଼ଦାଣ୍ଡରେ ଉଠାଦୋକାନୀଙ୍କ ବସିବା ଉପରେ କଟକଣା ଜାରି କରାଯାଇଛି । ଶ୍ରୀ ମନ୍ଦିରରେ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି ପ୍ରଶାସନ।