ଜି.ଉଦୟଗିରି ଥାନା ମହିଳା ଏସଆଇଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ସବ୍ ଇନ୍ସପେକ୍ଟର ସ୍ୱାଗତିକା ବେହେରାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିବା ସୂଚନା ମିଳିଛି । ସରକାରୀ କ୍ୱାଟର ରୁ ଝୁଲନ୍ତା ଅବସ୍ଥାରେ ମିଳିଛି ସ୍ୱାଗତିକାଙ୍କ ମୃତଦେହ ।ମିଳିଥିବା ସୂଚନା ଅନୁସାରେ, କ୍ୱାର୍ଟର୍ସରେ ସ୍ୱାଗତିକା ଏକୁଟିଆ ରହୁଥିଲେ । କିନ୍ତୁ କେଉଁ କାରଣ ପାଇଁ ସେ ଆତ୍ମହତ୍ୟା କରିଛନ୍ତି, ତାହାର କାରଣ ଜଣାପଡିନାହିଁ । ଘଟଣାସ୍ଥଳରେ IIC ,SDPO ସହ ବରିଷ୍ଠ ପୋଲିସ ଅଧିକାରୀ ପହଁଚି ମୃତଦେହକୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି ।