Odia News Portal

ସୁପରସଣ୍ଡେରେ ଶିଖରଙ୍କ ସୁପର ଶୋ

ପଞ୍ଜାବକୁ ପରାସ୍ତ କଲା ଦିଲ୍ଲୀ

ଓ୍ୱାଙ୍ଖଡେ: ସୁପରସଣ୍ଡେରେ ଶିଖର ଧାୱନଙ୍କ ସୁପର ଶୋ । ଶିଖର ଧାୱନଙ୍କ ୯୨ ରନର ଧମାକରେ ଦିଲ୍ଲୀ କ୍ୟାପିଟାଲ୍ସ ୬ ୱିକେଟରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଛି । ଏଥିସହ ଡିସି ୩ ମ୍ୟାଚ୍ରୁ ୨ ବିଜୟ ସହ ୪ ପଏଂଟ ଓ ପଞ୍ଜାବ ୩ ମ୍ୟାଚରୁ ଗୋଟିଏ ସହ ୨ ପଏଂଟ ହାସଲ ପାଇଛି । ଦିଲ୍ଲୀ କ୍ୟାପିଟାଲ୍ସ ପଞ୍ଜାବ କିଙ୍ଗ୍ସ ଦ୍ଵାରା ଧାର୍ଯ୍ୟ ୧୯୬ ରନର ବିଜୟ ଲକ୍ଷ୍ୟକୁ ୧୮.୨ ଓଭରରେ ୪ ଓ୍ଵିକେଟ୍ ହରାଇ ହାସଲ କରି ନେଇଛି। ପ୍ରଥମେ ବ୍ୟାଟିଂ କରି ପଞ୍ଜାବ କିଙ୍ଗ୍ସ ଅଧିନାୟକ କେଏଲ ରାହୁଲ ୬୧ ଓ ମୟଙ୍କ ଅଗ୍ରଓ୍ଵାଲ ୬୯ ରନ ବଳରେ ନିର୍ଦ୍ଧାରିତ ଓଭରରେ ୪ ଓ୍ଵିକେଟ୍ ହରାଇ ୧୯୫ ରନ କରିଥିଲା। ଦିଲ୍ଲୀ ପକ୍ଷରୁ ଧାଓ୍ଵନଙ୍କ ୯୨ ରନ ବ୍ୟତୀତ ପୃଥ୍ଵୀ ସ ୩୨ ଓ ଷ୍ଟୋଇନିସ୍ ୨୭ ରନର ଅପରାଜିତ ଇନିଂସ ଖେଳିଥିଲେ। ଏହି ପରାଜୟ ସହ ପଞ୍ଜାବ କିଙ୍ଗ୍ସ କ୍ରମାଗତ ଦ୍ଵିତୀୟ ବିଜୟ ହାସଲ କରିଛି।

୧୯୬ ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଦିଲ୍ଲୀ କ୍ୟାପିଟାଲ୍ସକୁ ଦୁଇ ଓପନର ପୃଥିବୀ ସ ଓ ଶିଖର ଧାଓ୍ଵନ ଦମଦାର ଆରମ୍ଭ ଦେଇଥିଲେ। ଉଭୟ ବିସ୍ଫୋରକ ବ୍ୟାଟିଂ କରି ୫.୩ ଓଭରରେ ୫୯ ରନ ଯୋଡି ଦଳ ପାଇଁ ବିଜୟର ମୂଳଦୁଆ ପକାଇଥିଲେ। ସ ୧୭ ବଲ୍‌ରୁ ୩ ଚୌକା ଓ ୨ ଛକା ସହ ୩୨ ରନ କରିଥିଲେ। ଏହା ପରେ ଶିଖର ଧାଓ୍ଵନ ଦ୍ରୁତ ବ୍ୟାଟିଂ କରି ଷ୍ଟିଭ୍ ସ୍ମିଥ୍‌ଙ୍କ ସହ ଦ୍ଵିତୀୟ ଓ୍ଵିକେଟ୍‌ରେ ୪୮ ରନ ଯୋଡିଥିଲେ।ଷ୍ଟିଭ୍ ସ୍ମିଥ୍(୯) କିଛି ଖାସ୍ କରି ପାରିନଥିଲେ। ଅନ୍ୟପଟେ ଧାଓ୍ଵନ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଶତକ ଆଡକୁ ଗତି କରୁଥିବା ଧାଓ୍ଵନ ଝେ ରିଚାର୍ଡସନଙ୍କ ଶିକାର ହୋଇଥିଲେ। ଧାଓ୍ଵନ ୪୯ ବଲ୍‌ରୁ ୧୩ ଚୌକା ଓ ୨ ଛକା ସହ ୯୨ ରନର ଦମଦାର ଇନିଂସ ଖେଳି ପାଭିଲିୟନ ଫେରିଥିଲେ। ପନ୍ତ ୧୫ ରନ କରି ଆଉଟ୍ ହୋଇଥିଲେ। ଶେଷ ଆଡକୁ ମାର୍କୋସ ଷ୍ଟୋଇନିସ୍ ୨୭ ଓ ଲଳିତ ଯାଦବ ୧୨ ଅପରାଜିତ ରହି ଦଳକୁ ବିଜୟୀ କରାଇଥିଲେ। ଦିଲ୍ଲୀ ୧୮.୨ ଓଭରରେ ୪ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି।

ଆଜି ଆଇପିଏଲର ଦ୍ୱିତୀୟ ମ୍ୟାଚରେ ପଞ୍ଜାବ କିଙ୍ଗସ୍ ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ କ୍ୟାପିଟାଲ୍ସ ସାମ୍ନାରେ ୧୯୬ ରନର ଟାର୍ଗେଟ ଦେଇଥିଲା । ଟସ ଜିତି ପଞ୍ଜାବକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା ଦିଲ୍ଲୀ କ୍ୟାପିଟାଲ୍ସ। ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଓପନର୍ ମୟଙ୍କ ଅଗ୍ରୱାଲ (୬୯) ଏବଂ କ୍ୟାପଟେନ କେ.ଏଲ୍ ରାହୁଲ (୬୧) ରନ୍ କରିଥିବା ବେଳେ ମୋଟ୍ ୫ଟି ୱିକେଟ୍ ହରାଇ ପଞ୍ଜାବ ୧୯୫ ରନ୍ ସଂଗ୍ରହ କରିଥିଲା। ଏହି ଇନିଂସରେ ୬ ଜଣ ବ୍ୟାଟିଂ କରିବାକୁ ଆସିଥିଲେ। ଜଣଙ୍କୁ ଛାଡ଼ିଦେଲେ ମୋଟ୍ ୫ ଜଣ ମିଶି ୧୦ଟି ଛକା ମାରିଥିଲେ। ଯେଉଁଥିରେ ଦୁଇ ଓପନର ଏକାକୀ ୬ଟି ଛକା ମାରିଥିଲେ। ଆଜି ପ୍ରଥମ ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର)କୁ ୩୮ ରନରେ ପରାସ୍ତ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର।

ମୟଙ୍କ ଅଗ୍ରଓ୍ୱାଲ ଓ କେ ଏଲ ରାହୁଲ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିଲେ। ଆଉ ଉଭୟ ଆରମ୍ଭରୁ ଆକର୍ଷଣୀୟ ଇନିଂସ ଖେଳିଥିଲେ। ରାହୁଲ୍ ୫୧ ବଲରେ ୭ଟି ଚୌକା ଓ ୨ଟି ଛକା ସହିତ ୬୧ ରନ କରିଥିବା ବେଳେ ମୟଙ୍କ ଅଗ୍ରଓ୍ୱାଲ ୩୬ ବଲରେ ୬୯ ରନ କରିଥିଲେ। ଯେଉଁଥିରେ ୭ଟି ଚୌକା ଓ ୪ଟି ଛକା ସାମିଲ ଥିଲା। ପ୍ରଥମ ଓ୍ୱିକେଟ ଭାବରେ ମୟଙ୍କ ଏଲ ମେରିଓ୍ୱାଲାଙ୍କ ବଲରେ ଶୀଖର ଧାଓ୍ୱାନଙ୍କ ଦ୍ୱାରା କ୍ୟାଚ ଆଉଟ୍ ହୋଇଥିଲେ। ଏହି ସମୟରେ ପଞ୍ଜାବ ୧୨ ଓଭର ୪ଟି ବଲରେ ୧୨୨ ରନ କରିଥିଲା। ଏହାପରେ କେ ଏଲ ରାହୁଲ ରାବଡାଙ୍କ ବଲରେ କ୍ୟାଚ ଆଉଟ୍ ହୋଇ ୬୧ ରନ କରି ଆଉଟ୍ ହୋଇଥିଲେ। ଦୁଇ ଓପନର କିନ୍ତୁ ଆଉଟ୍ ହେବା ପରେ ପଞ୍ଜାବର ଆଉ କୌଣସି ଖେଳାଳି ସେତେଟା ଭଲ ଖେଳିନଥିଲେ। ଗେଲ୍ ୯ ବଲରେ ଗୋଟିଏ ଛକା ସହିତ ୧୧ ରନ କରି ଓ୍ୱକେଶଙ୍କ ବଲରେ କ୍ୟାଚ ଆଉଟ୍ ହୋଇଥିଲେ।ଏହାପରେ ପୋରାନ ୮ ବଲରେ ୯ ରନ କରି ଅଭେଶ ଖାନଙ୍କ ବଲରେ ଆଉଟ୍ ହୋଇଚିଲେ। ହେଲେ ଅପରାଜିତ ଥିବା ଶାହରୁଖ ଖାନ ୫ ବଲରେ ଦୁଇଟି ଚୌକା ଓ ଗୋଟିଏ ଛକା ମାରି ୧୫ ରନ୍ କରି ଅପରାଜିତ ଥିଲେ।ତେବେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ କୌଣସି ବଲରେ ସେତେଟା ଭଲ ପ୍ରଦର୍ଶନ କରିନଥିଲେ। ଓ୍ୱକେସ, ମେରିଓ୍ୱାଲା, ରାବଡା ଏବଂ ଅଭେଶ ଖାନ ଗୋଟିଏ ଓ୍ୱିକେଟ ନେଇଥିଲେ।