ପୁରୀ ବେଳାଭୂମି ସମୁଦ୍ର କୂଳରେ ମିଳିଲା ନର କଙ୍କାଳ। ନୂଆନଈ ମୁହାଣଠାରୁ ରାମଚଣ୍ଡୀ ନଈ ମୁହାଣ ମଧ୍ୟରେ ପଡି ରହିଛି। ଏହି କଙ୍କାଳ କାହାର ସେନେଇ କିଛି ପରିଚୟ ଜଣାପଡିନାହିଁ।ନର କଙ୍କାଳଟି ପୁରୁଷ ମୃତଦେହ ଭଳି ଦେଖାଯାଉଛି।
ସୂଚନା ମୁତାବିକ, କଙ୍କାଳ ଶରୀର ପୁରା ସଢ଼ି ଯାଇଥିବା ବେଳେ ହାତ ଓ ଗୋଡ଼ ଅଧା ସଢ଼ା ଅବସ୍ଥାରେ ରହିଛି। କଙ୍କାଳର ହାତରେ ବ୍ଲୁ ରଙ୍ଗର ଟି-ସାର୍ଟ ପିନ୍ଧିଥିବା ବେଳେ ଅଣ୍ଟାରେ ଏକ ବେଲ୍ଟ ଲାଗିଥିବା ଦେଖିବାକୁ ମିଳିଛି। କଙ୍କାଳ ପାଖରେ ହଳଦୀ ରଙ୍ଗର କପଡ଼ା ପଡିଥିବା ଦେଖିବା ମିଳିଛି। ଏନେଇ ସ୍ଥାନୀୟ ଲୋକ ମେରାଇନ ଥାନରେ ସୂଚନା ଦେଇଛନ୍ତି। ତେବେ କଙ୍କାଳଟି କେଉଁଠୁ ଆସିଲା। ଏହି କଙ୍କାଳଟି କାହାର ତାହାକୁ ନେଇ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।