Odia News Portal

ରେଳ ଲାଇନ୍‌ରୁ ମିଳିଲା ଉପ-ସଭାପତିଙ୍କ ମୃତଦେହ

ବେଙ୍ଗାଲୁରୁ: ରେଳ ଲାଇନ୍‌ରୁ ମିଳିଲା କର୍ଣ୍ଣାଟକ ରାଜ୍ୟ ବିଧାନ ପରିଷଦର ଉପ-ସଭାପତିଙ୍କ ମୃତଦେହ । ବିଧାନ ପରିଷଦର ଉପ-ସଭାପତି ଏସ୍‌ଏଲ୍‌ ଧର୍ମଗୌଡ଼ାଙ୍କ ମୃତଦେହ ଚିକମଙ୍ଗଲୁରୁ କହୁର ନିକଟରେ ଥିବା ଏକ ରେଳ ଲାଇନ୍‌ରୁ ଉଦ୍ଧାର କରାଯାଇଛି । ମଙ୍ଗଳବାର ଦିନ ଭୋର ସମୟରେ ବିଧାନ ପରିଷଦର ଉପ-ସଭାପତି ଏସ୍‌ଏଲ୍‌ ଧର୍ମଗୌଡ଼ାଙ୍କ ମୃତଦେହ ରେଳ ଲାଇନ୍‌ରେ ପଡିଥିବାର ଦେଖିବାକୁ ମିଳିଥିଲା । ଯାହାପରେ ସ୍ଥାନୀୟ ଲୋକ ଏନେଇ ପୋଲିସକୁ ଖବର ଦେଇଥିଲେ । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତେଦହକୁ ଜବତ କରିଛି । ତେବେ ପାରିପାଶ୍ୱିକ ସ୍ଥିତିକୁ ଦେଖି ଏହା ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ତାଙ୍କ ମୃତେଦହ ନିକଟରୁ ଏକ ସୁଇସାଇଡ଼୍ ନୋଟ୍‌ ମିଳିଛି । ଘଟଣାରେ ନିକଟସ୍ଥ ଥାନା ପୋଲିସ ଛାନ୍‌ଭିନ୍‌ ଜାରି ରଖିଛି ।

ଅନ୍ୟପକ୍ଷେ ଏସ୍‌ଏଲ୍‌ ଧର୍ମଗୌଡ଼ାଙ୍କ ମୃତ୍ୟୁର ଖବର ପାଇ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜନତା ଦଳ ସେକ୍ୟୁଲାର(ଜେଡିଏସ୍‌)ର ନେତା ଏଚ୍‌ଡି ଦେବେଗୌଡା ଗଭୀର ଶୋକ ଜାହିର କରିଛନ୍ତି । ଏହାସହିତ ତାଙ୍କ ମୃତ୍ୟୁ ରାଜ୍ୟ ପାଇଁ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଦେବେଗୌଡ଼ା କହିଛନ୍ତି ।